କନକ ବ୍ୟୁରୋ : ଆଇପିଏଲରେ ପୁଣି ପଶିଲା କରୋନା । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ୍ ଫରହାର୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଉ ଏହି କାରଣରୁ ଏବେ ପୂରା ଟିମକୁ କ୍ୱାରେଣ୍ଟିନ୍ କରିଦିଆଯାଇଛି । ଆସନ୍ତା ଏପ୍ରିଲ୍ ୨୦ ତାରିଖ ଅର୍ଥାତ ବୁଧବାର ଦିନ ପଞ୍ଜାବ କିଙ୍ଗସ ବିପକ୍ଷରେ ପୁନେରେ ମ୍ୟାଚ୍ ଖେଳିବ ଦିଲ୍ଲୀ କ୍ୟାପିଟାଲ୍ସ । ଏଥିପାଇଁ ଗତକାଲି ମୁମ୍ବାଇରୁ ପୁନେ ଅଭିମୁଖେ ଯାଇଥାନ୍ତା ଦଳ । କିନ୍ତୁ ପୂରା ଟିମକୁ ହୋଟେଲରେ ହିଁ ଅଟକାଯାଇଛି ।

Advertisment

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ଯାଏଁ ସମସ୍ତ ଖେଳାଳୀଙ୍କର କରୋନା ପରୀକ୍ଷା କରାଯିବ । ଏହା ପରେ ଯାଇ ବୁଧବାର ମ୍ୟାଚ୍ ବାବଦରେ ନିଷ୍ପତ୍ତି ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ କ୍ୟାପିଟାଲ୍ସର କେବଳ ଫିଜିଓ ନୁହନ୍ତି, ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ଦିଲ୍ଲୀ ଟିମର ଆଉ ଜଣେ ଖେଳାଳୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।