କରୋନା ସଂକ୍ରମଣରେ ଷ୍ଟେଜ ଟୁରେ ଭାରତର ସ୍ଥିତି : ଆଇସିଏମଆର ନିର୍ଦ୍ଦେଶକଙ୍କ ସୂଚନା , ପରବର୍ତ୍ତୀ ଷ୍ଟେଜରେ ପହଚିଂବାକୁ ଅଛି ୩୦ ଦିନର ସମୟ

Advertisment
କରୋନାର କୋକୁଆ ଭୟ । ଚୀନ ପରେ ଇରାନ, ଇଟାଲୀ ଓ ଆମେରିକାରେ ବ୍ୟାପିବାରେ ଲାଗିଛି ଭୂତାଣୁ

ସାରା ବିଶ୍ୱରେ କରୋନାର ପ୍ରଭାବକୁ ବିଚାରକୁ ନେଲେ ଏହି ଭୟାବହ ଭୂତାଣୁର ସଂକ୍ରମଣରେ ଭାରତ ଏବେ ଦ୍ୱିତୀୟ ଶ୍ରେଣୀରେ ଅର୍ଥାତ ଷ୍ଟେଜ ଟୁ ରେ ରହିଛି । ଏହାର ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ । ଭାରତରେ ଏବେ କେବଳ କରୋନା ପ୍ରଭାବିତ ଦେଶକୁ ଗସ୍ତ କରିଥିବା ଲୋକଙ୍କ ଠାରୁ କରୋନା ଭୂତାଣୁ ସଂକ୍ରମିତ ହେଉଛି , କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ଠାରୁ ଭୂତାଣୁ ବ୍ୟାପୁଛି । ଅର୍ଥାତ ଏହା ଗୋଟିଏ ଗୋଷ୍ଠୀ କିମ୍ବା ସମୂହ ମଧ୍ୟରେ ସଂକ୍ରମଣ ହେବା ଆରମ୍ଭ ହୋଇନାହିଁ ।

publive-image

ଆଇସିଏମଆରର ନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ କହିବାନୁସାରେ , ଗୋଷ୍ଠୀ କିମ୍ବା ସମୂହ ମଧ୍ୟରେ ସଂକ୍ରମଣ ଆରମ୍ଭ ହେଲେ ଏହାକୁ ଷ୍ଟେଜ ଥ୍ରୀ ବୋଲି ବିଚାର କରାଯିବ । ଚୀନ୍ ଓ ଥାଇଲାଣ୍ଡରେ କୋଭିଡ-୧୯ ଏବେ ଷ୍ଟେଜ ଫୋର୍ରେ ରହିଛି । ଅର୍ଥାତ ମହାମାରୀର ରୂପ ନେଇସାରିଛି । ଆଇସିଏମଆରର ନିର୍ଦ୍ଦେଶକ କହିଛନ୍ତି , ସଂକ୍ରମଣକୁ ଷ୍ଟେଜ ଥ୍ରୀରେ ପହଂଚିବାରୁ ରୋକିବା ପାଇଁ ଆମ ପାଖରେ ୩୦ ଦିନର ସମୟ ରହିଛି । ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର କଠୋର ପଦକ୍ଷେପ ନେଲେ କରୋନାକୁ ମୁକାବିଲା କରିହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe