କରୋନା ଛଡାଇନେଲା ଜୀବିକା : ବିହାରରେ ବନ୍ଧା ପଡିଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ , କାମ ନଥିବାରୁ ସୁଝିପାରୁନାହାନ୍ତି ବାକି ; ସହାୟତା ପାଇଁ କଲେ ନିବେଦନ 

171

କରୋନା ମାରିଦେଲା ଜୀବିକା  । ଏବେ ବାହାର ରାଜ୍ୟରେ ଖଟିବାକୁ ଯାଇ  ହଇରାଣର ସମ୍ମୁଖୀନ ହୋଇଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ । କରୋନା ଯୋଗୁଁ  ଯାତ୍ରା ବନ୍ଦ ହେବା ପରେ  ଅନେକ  କଳାକାର  ବାହାର ରାଜ୍ୟକୁ ଯାଇ  ନାଚୁଛନ୍ତି । ଆଉ ଆଗରୁ  ବଇନା ନେଇ ବନ୍ଧା ପଡିଛନ୍ତି । ଏବେ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ବିହାରରୁ ।  ବିହାରରେ ଟଙ୍କା  ଆଣି ବନ୍ଧାପଡିଛନ୍ତି ଯାତ୍ରା କଳାକାର  ଅଭୟ ମଲ୍ଲିକ ଓ  କୁନିମୁନିଲତା ରାଉତ ।  ଏମାନଙ୍କ ଘର ଜଗତସିଂହପୁରରେ ।  ଯାତ୍ରା ବନ୍ଦ ହୋଇଯାଇଥିବାରୁ  କିଛି ମଧ୍ୟସ୍ଥି ଏମାନଙ୍କୁ ନାଚିଲେ ଟଙ୍କା ମିଳିବ କହି ବିହାରର ମେହରବାଗ ନେଇଯାଇଥିଲେ ।  ବିହାରରେ ମାଲିକଙ୍କ ଠାରୁ ଏମାନେ ୨୦ ହଜାର ବଇନା ଆଣିଥିଲେ । କିନ୍ତୁ ଏବେ ସେଠାରେ କାôଯ୍ର୍ୟକ୍ରମ ବନ୍ଦ । ଫଳରେ ଏବେ  ସଂପୃକ୍ତ ମାଲିକ କହିଛନ୍ତି,  ଟଙ୍କା ସୁଝିଲେ ହିଁ ଛଡାଯିବ । ଏହାକୁ ନେଇ ସେମାନେ ଏବେ ଘରକୁ ଫେରିପାରୁନାହାନ୍ତି ।  ପ୍ରାୟ ୩ ମାସ ହେଲା  ସେଠାରେ ଅଭୟ ଓ କୁନିମୁନିଲତା ଦୁଃଖରେ ଜୀବନ କାଟୁଛନ୍ତି । ସହାୟତା ପାଇଁ ଭିଡିଓ ମାଧ୍ୟମରେ ସେମାନେ ନିବେଦନ କରିଛନ୍ତି ।