କରୋନା : ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧,୦୯୬ କରୋନା ନମୁନା ପରୀକ୍ଷା

56

କନକ ବ୍ୟୁରୋ : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧,୦୯୬ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୫, ୯୭୦ଟି ଆରଟି-ପିସିଆର, ୩୫,୦୮୨ଟି ଆଣ୍ଟିଜେନ ଓ ୪୪ଟି ଟ୍ରୁନଟ୍‌ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୩୭୬୨ କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା ଗଞ୍ଜାମ ଜିଲ୍ଲାରେ ୨୯୯୬, ମୟୂରଭଞ୍ଜ ଜିଲ୍ଲାରେ ୨୬୩୪ ଓ କେନ୍ଦୁଝର ଜିଲ୍ଲାରେ ୨୫୧୭ କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକ ପରୀକ୍ଷଣ ହେଉଛି କରୋନା ବିରୋଧୀ ଲଢେଇର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କୁ ସଙ୍ଗରୋଧ କରିବା ହେଉଛି କୋଭିଡ୍‌ ନମୁନା ପରୀକ୍ଷାର ଲକ୍ଷ୍ୟ। କିନ୍ତୁ ପରୀକ୍ଷା କମୁଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଥିବା କୁହାଯାଉଛି ।

Comments are closed.