୨୪ ଘଣ୍ଟାରେ ୬୭ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୭୩ ଲକ୍ଷ ପାର୍‌

Advertisment
୨୪ ଘଣ୍ଟାରେ ୬୭ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୭୩ ଲକ୍ଷ ପାର୍‌

କନକ ବ୍ୟୁରୋ :  ମହାମାରୀ କରୋନା ଭାଇରସ୍‌ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୬୭ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ପୁଣି ୬୮୦ ଜଣଙ୍କର କରୋନା ହେତୁ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇବା ପରେ ଭାରତରେ କେଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ପାର୍‌ ହୋଇଛି।

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭ ହଜାର ୯୮ ରହିଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧ ଲକ୍ଷ ୧୧ ହଜାର ୨୬୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏବେ ଦେଶରେ ସକ୍ରିୟ ମାମଲା ରହିଛି ୮ ଲକ୍ଷ ୧୨ ହଜାର ୩୯୦ ଓ ଏବେ ସୁଦ୍ଧା ମହାମାରୀ କରୋନାରୁ ଆରୋଗ୍ୟ ହୋଇ ସାରିଲେଣି ୬୩ ଲକ୍ଷ ୮୩ ହଜାର ୪୪୨ ଜଣ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅକ୍ଟୋବର ୧୪(ଗତକାଲି) ପର୍ଯ୍ୟନ୍ତ ଭାରତରେ ସମୁଦ‌ାୟ ୯ କେ‌ାଟି ୧୨ ଲକ୍ଷ ୨୬ ହଜାର ୩୦୫ ନମୁନା ପରୀକ୍ଷା କରାଯାଇଛି। କେବଳ ବୁଧବାର ଦିନ ୧୧ ଲକ୍ଷ ୩୬ ହଜାର ୧୮୩ ନମୁନା ପରୀକ୍ଷା କରାଯାଇଥିବା ସୂଚନା ରହିଛି।

ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଆସିଛି। ଯେଉଁଠାରେ ୧.୫ ମିଲିୟନରୁ ଅଧିକ କୋଭିଡ୍‌-୧୯ ମାମଲା ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ଏପର୍ୟ୍ୟନ୍ତ କୋଭିଡ -୧୯ ସଂକ୍ରମଣରେ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe