ଦେଶରେ ୮୭ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ : ୫୭୩ ମୃତ, ୬ ରାଜ୍ୟରୁ ୭୪% ଆକ୍ରାନ୍ତ

ଦେଶରେ ୮୭ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ : ୫୭୩ ମୃତ, ୬ ରାଜ୍ୟରୁ ୭୪% ଆକ୍ରାନ୍ତ

source : times now news.com

କନକ ବ୍ୟୁରୋ : ଦେଶରେ ୮୭ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ମାମଲାର ତିନି ଚତୁର୍ଥାଂଶ ଅର୍ଥାତ୍‌ ପ୍ରାୟ ୭୪% ସଂକ୍ରମଣ ମାମଲା ୬ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଗୁଜରାଟରୁ ଚିହ୍ନଟ ହୋଇଛି। ୫୭୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ମୃତ୍ୟୁ ହୋଇଛି। କେବଳ ମହାରାଷ୍ଟ୍ରରେ ୨୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ମୋଟ୍‌ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁର ୫୦ ପ୍ରତିଶତ ମହାରାଷ୍ଟ୍ରରେ ହୋଇଛି। ଅଗଷ୍ଟ ୨୮ ପର୍ଯ୍ୟନ୍ତ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ପ୍ର‌ତ୍ୟେକ ୧ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ଟେଷ୍ଟ୍‌ କରିଛନ୍ତି। କର୍ଣ୍ଣାଟକରେ ୧୨ ହଜାର ୨୬୦ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବାବେଳେ ତାମିଲନାଡ଼ୁରେ ୧୧ ହଜାର ୧୬୯ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି।

ଏମାନଙ୍କ ମଧ୍ୟରେ ଡାକ୍ତର, ନର୍ସ‌୍ ଏବଂ ଆଶା କର୍ମୀ ଅଛନ୍ତି। ଉପରୋକ୍ତ ୩ଟି ରାଜ୍ୟରୁ ପ୍ରାୟ ୫୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ଉକ୍ତ ୩ଟି ରାଜ୍ୟରୁ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଯଥାକ୍ରମେ ୪୬ ଏବଂ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ପ୍ରସଙ୍ଗ ଏବେ ଚିନ୍ତାର କାରଣ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe