କରୋନା କାଳରେ ୪୦୦ ଲୋକଙ୍କ ଶବ ସଂସ୍କାର କରିସାରିଲେଣି । କିନ୍ତୁ ଏବେ ବି ରାମନନ୍ଦଙ୍କୁ ଘୃଣା କରୁଛନ୍ତି ଲୋକ ? ଜାଣନ୍ତୁ କଣ ରହିଛି କାରଣ

Advertisment
କରୋନା କାଳରେ ୪୦୦ ଲୋକଙ୍କ ଶବ ସଂସ୍କାର କରିସାରିଲେଣି । କିନ୍ତୁ ଏବେ ବି ରାମନନ୍ଦଙ୍କୁ ଘୃଣା କରୁଛନ୍ତି ଲୋକ ? ଜାଣନ୍ତୁ କଣ ରହିଛି କାରଣ

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଅନେକ ଘଟଣା ଦୁର୍ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ଲୋକମାନଙ୍କ କାମଧନ୍ଧା ବନ୍ଦ ହୋଇ ଯାଇଥିଲା। ଅନେକ ପ୍ରବାସୀ ତଥା ସାଧାରଣଲୋକ କାମ ହରାଇବାରୁ ଗାଁକୁ ଫେରି ଆସିଥିଲେ। କରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତା ନିୟମ ପାଳନ କରିବା ଅନିବାର୍ୟ୍ୟ ବୋଲି ସରକାର ବାରମ୍ବାର ଲୋକମାନଙ୍କୁ ପରାମର୍ଶ ଦେଇ ଆସୁଛନ୍ତି।

କରୋନା କାଳରେ ୪୦୦ ଲୋକଙ୍କ କଲେଣି ଶବ ସଂସ୍କାର
ଶବ ସଂସ୍କାର ପାଇଁ ରାମନନ୍ଦକୁ ଘୃଣା କରୁଛନ୍ତି ଲୋକ !

ଏଭଳି ମହାମାରୀ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟ ହୋଇଯାଉଛି ତେବେ ତାଙ୍କ ସମ୍ପର୍କୀୟ ବି କାନ୍ଧ ଦେବା ତ ଦୂରର କଥା ସ୍ପର୍ଶ ବି କରୁ ନାହାନ୍ତି। ଏଭଳି ପରିସ୍ଥିତିରେ ରାମନନ୍ଦ ସରକାର ନିଜ ଜୀବନ କଥା ଚିନ୍ତା ନ କରି ଲୋକମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। କରୋନା ମହାମାରୀ ସମୟରେ ପରସ୍ପର ପରସ୍ପରର ଶରୀରକୁ ସ୍ପର୍ଶ କରିବାକୁ ଭୟ କରୁଥିବା ବେଳେ ରାମନନ୍ଦ ଏଯାବତ କରୋନାରେ ପ୍ରାଣ ହରାଇଥିବା ୪୦୦ଲୋକଙ୍କ ଶବ ସଂସ୍କାର କରି ସାରିଛନ୍ତି।

ଦିନେ ଆଖୁରସ ବିକୁଥିଲେ, ଏବେ ଶ୍ମଶାନରେ କରୁଛନ୍ତି ଚାକିରି

୪୩ ବର୍ଷୀୟ ରାମନନ୍ଦ ସରକାର ଆସାମ ନିକଟବର୍ତ୍ତୀ ଗ୍ରାମରେ ବସବାସ କରନ୍ତି। ସେ ପରିବାରର ଆର୍ଥିକ ସଙ୍କଟ ହେତୁ ଋଣ କରିଥିଲେ। ଏହି ଋଣ ଭାର ଶୁଝିବା ପାଇଁ ସେ ବହୁତ କାମ ଖୋଜିଥିଲେ। କିନ୍ତୁ କୌଣସି କାମ ତାଙ୍କୁ ମିଳି ନ ଥିଲା। ସେ ମଝିରେ ଆଖୁ ରସ ବିକ୍ରି କରିବା ବି ଆରମ୍ଭ କରିଥିଲେ। ତେବେ ଦୁଇବର୍ଷ ପୂର୍ବେ ଆସାମ ରାଜଧାନୀ ଗୌହ୍ବାଟୀରେ ଏକ ଶ୍ମଶାନ ଘାଟରେ ତାଙ୍କୁ ଚାକିରି ମିଳିଥିଲା। ଏଠାରେ ଲୋକଙ୍କମାନଙ୍କ ଅନ୍ତିମ ସଂସ୍କାର କରିବା ତାଙ୍କର କାମ ଥିଲା। ଆଉ ମୃତ ଶରୀରରେ ନିଆଁ ଦେବାରେ ସେ ଲୋକମାନଙ୍କୁ ସାହାଯ୍ୟ କରନ୍ତି।

ଜାଣିନି ଲୋକେ କାହିଁକି ଘୃଣା କରନ୍ତି ?

ତେବେ ଘୃଣାର କଥା ରାମନନ୍ଦକୁ ପଚାରିବାରୁ ସେ କହିନ୍ତି ଯେ, ଏଯାବତ ୪୦୦ଲୋକଙ୍କ ଅନ୍ତିମ ସଂସ୍କାର କରି ସାରିଲେଣି। ମୁଁ ଜାଣି ନାହିଁ, କ’ଣ ପାଇଁ ଲୋକମାନେ ମୋତେ ଘୃଣା କରନ୍ତି। କ’ଣ ଏଥିପାଇଁ ମୁଁ ଲୋକଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରିଥାଏ ବୋଲି? ଯଦି ଏହି କାମ ମୋ ଭଳି କେତେକ ଲୋକ କରିବେ ନାହିଁ ତେବେ କିଏ କରିବ? କରୋନା କାଳରେ ସାରା ଦେଶରେ ଶହଶହ ଲୋକଙ୍କ ମୃତ୍ୟୁ ଘଟୁଛି । ଅନେକ ସ୍ଥାନରେ ମୃତ ଦେହକୁ କାନ୍ଧ ଦେବା ପାଇଁ ବି କେହି ଆସୁନାହାନ୍ତି । କିନ୍ତୁ ରାମନନ୍ଦ ସ୍ୱଇଚ୍ଛାରେ ଶବ ସଂସ୍କାର କରୁଥିବା ପରେ ବି ଲୋକମାନଙ୍କର କଥାକୁ ସେ କର୍ଣ୍ଣପାତ କରନାହାନ୍ତି ବରଂ ନିଜ କାମକୁ ଏବେବି ଅତି ଆନନ୍ଦର ସହ ତୁଲାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe