କରୋନାରେ ୨୪ ଘଂଟାରେ ଦେଶରେ ରେକର୍ଡ : ୪୯ ହଜାର ୩୧୦ ନୂଆ ଆକ୍ରାନ୍ତ, ୭୪୦ ମୃତ; ସାଢେ ୩୦ ହଜାର ପାର ହେଲା ମୃତ୍ୟୁ ସଂଖ୍ୟା 

271

କନକ ବ୍ୟୁରୋ : ବର୍ତମାନ ଯାଏଁ ଦେଶରେ କରୋନା ସଂକ୍ରମଣର ସବୁ ରେକର୍ଡ ଭାଂଗିଛି ଆଜି ଆସିଥିବା ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୪୯ ହଜାର ୩୧୦ ନୂଆ ପଜିଟିଭ୍ । ସେହିପରି ଗୋଟିଏ ଦିନରେ ସର୍ବାଧିକ ୭୪୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଟପିଛି ୩୦ ହଜାର । ଦେଶରେ ୪୯ ହଜାର ୩୧୦ ନୂଆ ଆକ୍ରାନ୍ତଙ୍କ ସହିତ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ ରହିଛି ।ସେହିପରି ୭୪୦ ନୂଆ ମୃତକଙ୍କ ସହିତ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧କୁ ବୃଦ୍ଧି ହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୪ ଲକ୍ଷ ୪୦ ହଜାର ୧୩୫ ଏବଂ ଚିକିତ୍ସା ପରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୧୭ ହଜାର ୨୦୮ କୁ ବୃଦ୍ଧି ହୋଇଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୮୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୦ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୩୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୭୪୫ ଜଣ, ଗୋଆରେ ୨୯ ଜଣ, ଗୁଜରାଟରେ ୨୨୫୨ ଜଣ, ହରିୟାଣାରେ ୩୭୮ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୮୨ ଜଣ, ଝାଡ଼ଖଣ୍ଡରେ ୬୭୨ ଜଣ, କର୍ଣ୍ଣାଟକରେ ୧୬୧୬ ଜଣ, କେରଳରେ ୫୦ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୮୦ ଜଣ, ମହାରାଷ୍ଟ୍ରରେ ୧୨୮୫୪ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୧୪ ଜଣ, ପୁଦ୍ଦୁଚେରୀରେ ୩୪ ଜଣ, ପଞ୍ଜାବରେ ୨୭୭ ଜଣ, ରାଜସ୍ଥାନରେ ୫୯୪ ଜଣ, ତାମିଲନାଡୁରେ ୩୨୩୨ ଜଣ, ତେଲେଙ୍ଗାନାରେ ୪୪୭ ଜଣ, ତ୍ରିପୁରାରେ ୧୦ ଜଣ, ଉତ୍ତରାଖଣ୍ଡରେ ୬୦ ଜଣ, ଉତ୍ତରପ୍ରଦେଶରେ ୧୨୮୯ ଜଣ ଏବଂ ପଶ୍ଚମବଙ୍ଗରେ ୧୨୫୫ ଜଣ ।