ମାର୍ଚ୍ଚ ୩୧ ଯାଏଁ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗର ନିଷ୍ପତ୍ତି ।

10,916

କନକ ବ୍ୟୁରୋ : ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପୂର୍ବଭଳି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିବ । କୋଭିଡ୍ ଗାଇଡଲାଇନକୁ ପାଳନ କରି ସ୍କୁଲ କଲେଜ୍ ଚାଲିବ । କ୍ଲାସରୁମରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ସେହିପରି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଚାଲିପାରିବ । ବାହାଘର ଏବଂ ଅନ୍ତିମ ଯାତ୍ରାରେ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । ତେବେ ଫେବୃଆରୀ ମାସରେ ଯେଉଁ ଗାଇଡଲାଇନ୍ ରହିଥିଲା, ତାକୁ ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର ।