ଦେଶରେ ଉପରମୁହାଁ କରୋନା ଗ୍ରାଫ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଲା, ଜୁଲାଇ ମାସର ପ୍ରଥମ ୧୦ ଦିନରେ ଚିହ୍ନଟ ହେଲେଣି ୨ ଲକ୍ଷ ୩୬ ହଜାର

147

କନକ ବ୍ୟୁରୋ : ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଛି । ଏହାସହ କରାନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୨ ହଜାର ଛୁଇଁଛି । ତେବେ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକ ଖବର ହେଉଛି ଯେ, ମାତ୍ର ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷରୁ ୮ ଲକ୍ଷ ଛୁଇଁଛି । ୱାଲଡୋମିଟରର ତଥ୍ୟ ଅନୁସାରେ ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୨୨ ହଜାର ୫୭୦ । ଜାତୀୟ ଗଣମାଧ୍ୟମରେ ମଧ୍ୟ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଥିବା ଖବର ପ୍ରକାଶ ପାଇଛି । ଦେଶର ବିଭିନ୍ନ ରାଜ୍ୟରୁ ମିଳିଥିବା ତଥ୍ୟ ଆଧାରରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୧ ହଜାର ୭ ୨୨ରେ ପହଂଚିଛି । ଜୁଲାଇ ମାସର ପ୍ରଥମ ୧୦ ଦିନର ୨ ଲକ୍ଷ ୩୬ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜୁନ୍ ମାସରେ ମୋଟ୍ ୪ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଥିବା ବେଳେ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି । ବିଶ୍ୱରେ ଭାରତ ଏବେ ସବୁଠୁ ଅଧିକ ସଂକ୍ରମିତ ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆମେରିକା ସବୁଠୁ ପ୍ରଭାବିତ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୨ ଲକ୍ଷ ୮୩ ହଜାର । ଆମେରିକାରେ କରୋନା ଏଯାଏଁ ୧ ଲକ୍ଷ ୩୬ ହଜାର ଜୀବନ ନେଲାଣି । ତାଲିକାର ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି । ବ୍ରାଜିଲରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୦ ହଜାର ଟପିଛି