ଗଂଜାମରୁ ଆସିଲା ଆଶ୍ୱସ୍ତିକର ଖବର । ୩୧ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଂଟିବଡି, ଜାଣନ୍ତୁ ଆଂଟିବଡି ମଣିଷ ଦେହରେ ତିଆରି ହୋଇଥାଏ କେମିତି ?

2,322

କନକ ବ୍ୟୁରୋ : ପ୍ରାୟ ୪୦ ଲକ୍ଷ ଜନସଂଖ୍ୟା ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା ଗଂଜାମରେ କରୋନା ଘରେ ଘରେ ମାଡି ଯାଇଥିଲା ବୋଲି ଖବର ଆସୁଥିଲା । ଆଜି ସେହି ଗଂଜାମରୁ ଯେଉଁ ଖବର ଆସୁଛି, ତାହା ଆପଣଙ୍କୁ ନିଶ୍ଚୟ ଆଶ୍ୱସ୍ତ କରିବ । ଓଡ଼ିଶାରେ ପ୍ରଥମ କରି ଜନସଂଖ୍ୟାର ଏକ ବଡ଼ ଭାଗରେ କରୋନା ପ୍ରତିରୋଧକ ଶକ୍ତି ବିକଶିତ ହୋଇଥିବା ଖବର ଆସିଛି ।

୩୧ ପ୍ରତିଶତ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି
କିଛି ୱାର୍ଡରେ ୭ ପ୍ରତିଶତ, କିଛି ୱାର୍ଡରେ ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ବିରୋଧରେ ଆଂଟିବଡି ସୃଷ୍ଟି ହୋଇଛି
୪ଟି ୱାର୍ଡରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ଦେହରେ ବିକଶିତ ହୋଇଛି ରୋଗ ପ୍ରତିରୋଧ ଶକ୍ତି
ସହରାଂଚଳ ବସ୍ତିରେ ୩୫ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଂଟିବଡି

କିପରି ସୃଷ୍ଟି ହୋଇଥାଏ ଆଂଟିବଡି?

ଜଣେ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହେବା ପରେ ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥାଏ
ରୋଗ ପ୍ରତିରୋଧ ଶକ୍ତି ବିକଶିତ ହେଲେ ରୋଗ ବିରୋଧରେ ଲଢ଼େଇ ପାଇଁ ଶରୀର ସମର୍ଥ ହୁଏ

ଆରଏମଆରସି ନିର୍ଦ୍ଦେଶିକା କହିଛନ୍ତି, ଯେଉଁମାନଙ୍କ ଠାରେ ଆଂଟିବଡି ବିକଶିତ ହୋଇଛି, ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କ ଠାରେ କରୋନା ରୋଗର କୌଣସି ଲକ୍ଷଣ ନଥିଲା ।  ସ୍ୱାସ୍ଥ୍ୟ ବିଭାଗ ଓ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆରଏମଆରସି ପକ୍ଷରୁ ଅଗଷ୍ଟ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ସେରୋ ସର୍ଭେ କରାଯାଇଥିଲା ।  ୨୮୩୦ଟି ନମୁନା ସଂଗ୍ରହ କରାଯାଇଥିଲା ସାଧାରଣ ଲୋକ, ହାଇ-ରିସ୍କ ବା ସମ୍ବେଦନଶୀଳ ବର୍ଗ ଓ ବସ୍ତି ଅଂଚଳରୁ ନମୁନା ସଂଗ୍ରହ ହୋଇଥିଲା

ଗତ କିଛି ଦିନ ହେଲା କୋଭିଡ ପରୀକ୍ଷା ବଢୁଥିବା ବେଳେ ରାଜ୍ୟରେ ପ୍ରାୟ ସ୍ଥିର ରହିଛି ସଂକ୍ରମଣ ହାର । ବିଶେଷ କରି ଗଂଜାମରେ ଅଗଷ୍ଟ ମାସ ଆରମ୍ଭରୁ ସଂକ୍ରମଣ ହାର କମିବାରେ ଲାଗିଛି । ଆଉ ଏହି ସମୟରେ ବ୍ରହ୍ମପୁରର ଏହି ସେରୋଲୋଜିକାଲ ସର୍ଭେ ରିପୋର୍ଟ କିଛି ପରିମାଣରେ ଆଶ୍ୱସ୍ତି ଆଣିଛି ।