ଦେଶର ଜେଲ ଗୁଡିକରେ ରହିଛି କରୋନା ଭୟ । ଉପାୟ ନବାହାରିଲେ ଜେଲରେ ତାଣ୍ଡବ ରଚିପାରେ କରୋନା ଭାଇରସ

Advertisment
ଦେଶର ଜେଲ ଗୁଡିକରେ ରହିଛି କରୋନା ଭୟ । ଉପାୟ ନବାହାରିଲେ ଜେଲରେ ତାଣ୍ଡବ ରଚିପାରେ କରୋନା ଭାଇରସ

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ନେଇ ଭୟ ସୃଷ୍ଟି ହୋଇଛି । ହେଲେ ସବୁଠାରୁ ଅଧିକ ବିପଦ ରହିଛି ଦେଶରେ ଥିବା ଜେଲ ଗୁଡିକରେ । ଯଦି ଜେଲରେ କରୋନା ଭାଇରସଠାରୁ ବଞ୍ଚିବାର ଉପାୟ ନବାହାର କରାଗଲା ତେବେ ଏନେକ କଏଦୀଙ୍କର ଜୀବନ ଯିବାର ସମ୍ଭାବନା ରହିଛି । ସେମାନେ କଏଦୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ମାନବାଧିକାର ସମାନ ରହିଛି । ଆମ ଭଳି ତାଙ୍କୁ ମଧ୍ୟ କରୋନାରୁ ବଞ୍ଚାଇବାକୁ ହେବ ।

ହେଲେ ଜେଲରେ କେମିତି ହେଉଛି କରୋନା ସଚେତନତା ? କଣ ସେଠାରେ ପାଳନ ହେଉଛି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମ ? ଏଭଳି ପିରସ୍ଥିତିରେ ଯଦି ଜେଲ ଉପରେ ଗୁରୁତ୍ୱ ନ ଦିଆଯାଏ ତେବେ ଜେଲରୁ ମୃତଦେହର ଲମ୍ବା ଲାଇନ ଲାଗି ପାରେ । ତେବେ ସରକାରଙ୍କୁ ଜେଲ ପାଇଁ ବର୍ତ୍ତମାନ କୋଭିଡ ନିୟମ ବାହାର କରିବାର ଅଛି । ତେବେ ଆସନ୍ତୁ ଜାଣିବା ଦେଶରେ ଥିବା ଜେଲ ଗୁଡିକର ସ୍ଥିତି ।

ଦେଶରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୪୧୨ ଜେଲ ରହିଛି 
୨୦୧୯ ଏନସିଆରବି ରିପୋର୍ଟ ଅନୁସାରେ ୪,୭୮,୬୦୦ କଏଦୀ ବନ୍ଦୀ ଅଛନ୍ତି 
ଜେଲ ଗୁଡିକରେ କ୍ଷମତାଠାରୁ ଅଧିକ କଏଦୀ ଥିବା ସୂଚନା ରହିଛି 
ଦେଶରେ ବନ୍ଦ ଥିବା କଏଦୀ ମଧ୍ୟରେ ୬୯ ପ୍ରତିଶତ ବିଚାରଧୀନ ରହିଛନ୍ତି
ଦିଲ୍ଲୀରେ ସବୁଠାରୁ ଅଧିକ ୧୭୫ ପ୍ରତିଶତ କଏଦୀ ରହିଛନ୍ତି
ଅର୍ଥାତ ଯେଉଁ ଜେଲରେ ୧୦୦ କଏଦୀ ରହିବା କଥା ସେଠାରେ ୧୭୫ କଏଦୀ ରହୁଛନ୍ତି

ତେବେ ଏଭଳି ସ୍ଥିତିରେ ଜେଲ ଗୁଡିକରେ କେମିତି ହେବ ସାମାଜିକ ଦୂରତା ପାଳନ । ଦେଶର ବିଭିନ୍ନ ରାଜ୍ୟରୁ କଏଦୀ ଓ ଜେଲ କର୍ମଚାରୀ କରୋନା ପଜିଟିଭ ଓ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି । ଲୋକମାନେ ବାହାରେ ନିଜ ସୁରକ୍ଷା ନିଜେ କରିପାରୁ ନାହାନ୍ତି । ହସ୍ପିଟାଲରେ ବେଡ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି ଯଦି ଜେଲରେ କରୋନା ପରିସ୍ଥିତି ଅଣାୟତ ହୁଏ ତେବେ ସ୍ଥିତି ଆହୁରି ବିଗିଡି ପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe