ବିଧାନସଭା ଅଧିବେଶନ ପୂର୍ବରୁ ବଢ଼ିଲା କରୋନା ଭୟ । ପ୍ରଥମ ଦିନ ୭୫୭ ନମୁନାରୁ ୧୩୬ଟି ପଜିଟିଭ୍ । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ର ଆକ୍ରାନ୍ତ ।

149

କନକ ବ୍ୟୁରୋ : ଦିନକ ପରେ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କରୋନା ଭୟ ବଢି ଯାଇଛି । ଗତକାଲି ବାଚସ୍ପତି, ବିଧାୟକ, କର୍ମଚାରୀ ଓ ବିଧାନସଭା ଅଧିବେଶନ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯାଇଥିଲା । ୭୫୭ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଏହାକୁ ମିଶାଇ ୪୦ ଜଣ ବିଧାୟକ ଏଯାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି ।

ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଏଯାଏଁ ୪୦ ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ବିଧାନସଭାରେ କରୋନା ଭୟ ଘାରିଛି ।

ବିଧାନସଭା ପରିସରରେ କରୋନା ପରୀକ୍ଷା ନେଇ ନମୁନା ସଂଗ୍ରହ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ବିଧାନସଭା ପରିସରରେ ୬ଟି କାଉଣ୍ଟରରେ ନମୁନା ପରୀକ୍ଷା ବ୍ୟବସ୍ଥା ହୋଇଥିଲା । ପ୍ରାୟ ୪୦ ଜଣ ପ୍ରତିକ୍ଷା କରିବା ଭଳି ଦୁଇଟି ପ୍ରତିକ୍ଷାଳୟ ମଧ୍ୟ ହୋଇଥିଲା । ଯେଉଁଠି ଅପେକ୍ଷା କରି ଜଣେ ନମୁନା ଦେଇପାରିବ । ପ୍ରଥମ ଦିନରେ ୭୫୭ ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ନମୁନା ସଂଗ୍ରହ ହୋଇଥିଲା ।