କରୋନା ଭୟ !! କରୋନା ସଂକ୍ରମଣ ଭୟରେ ୭୦,୦୦୦ କଏଦୀଙ୍କୁ ମୁକ୍ତ କଲା ଇରାନ

କରୋନା ଭୟ !! କରୋନା ସଂକ୍ରମଣ ଭୟରେ ୭୦,୦୦୦ କଏଦୀଙ୍କୁ ମୁକ୍ତ କଲା ଇରାନ

କନକ ବ୍ୟୁରୋ : ଦେଶରେ କରୋନାଭାଇରସ୍ ସଂକ୍ରମଣ ଡ଼ରରେ ଇରାନ ପ୍ରାୟ ୭୦,୦୦୦କଏଦୀଙ୍କୁ ମୁକ୍ତ କରିଛି ବୋଲି ଇରାନର ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ ରାଇସି ସୋମବାର କହିଛନ୍ତି। ପ୍ରଥମେ ଇରାନ ୫୪,୦୦୦କଏଦୀଙ୍କୁ କରୋନା ସଂକ୍ରମଣ ଭୟରେ ମୁକ୍ତ କରିଥିବାର ଖବର ମିଳିଥିଲା। ଏବେ ଏହି ସଂଖ୍ୟା ବଢ଼ି ୭୦,୦୦୦ରେ ପହଞ୍ଚିଛି। ତେବେ କଏଦୀମାନଙ୍କୁ ମୁକ୍ତ କରାଯିବା ସମୟରେ ସେମାନଙ୍କୁ ସବୁଦିନ ପାଇଁ ମୁକ୍ତ କରାଯାଉଛି ନା କିଛି ଦିନ ପାଇଁ ସେ ବିଷୟରେ କୌଣସି ସୂଚନା ଦିଆଯାଉ ନାହିଁ। ୭୦,୦୦୦କଏଦୀଙ୍କୁ ମୁକ୍ତ କରିବା ପରେ ଇବ୍ରାହିମ ରାଇସି କହିଛନ୍ତି କିି, ଯେ ପର୍ଯ୍ୟନ୍ତ ଏମାନେ ସମାଜର ସୁରକ୍ଷା ପାଇଁ ବିପଦ ନୁହନ୍ତି, ସେ ପର୍ଯ୍ୟନ୍ତ ଏମାନେ ମୁକ୍ତ ରହିପାରିବେ।

ହେଲେ ମୁକ୍ତ ହୋଇଥିବା କଏଦୀ କ‌େତେ ଦିନ ବାହାରେ ରହିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂଚନା ମୁତାବକ, ଇରାନରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ପୀଡ଼ିତ ହୋଇ ୧୯୪ଜଣ ମୃତ୍ୟୁବରଣ କରିସାରିଲେଣି। ସଂକ୍ରମଣ ଶିକାର ହୋଇ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଜେଲର କଏଦୀମାନଙ୍କୁ ମୁକ୍ତ କରିଦିଆଯାଉଛି। ସେହିଭଳିଭାବେ ଇଟାଲୀ‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ୭,୦୦୦ଲୋକ ଏହି ଭାଇରସର ଶିକାର ହୋଇସାରିଥିବା ବେଳେ ୩୬୬ଜଣ ଲୋକ ମୃତ୍ୟୁବରଣ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe