କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ରାଜଧାନୀରେ ମଧ୍ୟ ଜୋରଦାର ସମର୍ଥନ କରିଛନ୍ତି ଜନସାଧାରଣ । ରାଜଧାନୀ ଭୁବନେଶ୍ୱରରେ ଲୋକେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଲୋକେ ଘରୁ ନବାହାରି ନିଜେ ବନ୍ଦୀ ରହି କରୋନାକୁ କାବୁ କରିବାକୁ ଅଂଟା ଭିଡିଛନ୍ତି । ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ରହିଛି । ଗାଡି ମଟର ଯାତାୟତ ବନ୍ଦ ରହିଛି । ତେବେ ରାସ୍ତାରେ କିଛି ଲୋକ ବାଇକରେ ଯାଆସ କରୁଥିବା ଦେଖିବାକୁ ମିଳିଛି ।
ସେମାନଙ୍କୁ ପୋଲିସ ଅଟକାଇ ସରକାରଙ୍କ ଗାଇଡଲାଇନ ମାନି ସଚେତନ ରହିବାକୁ ବୁଝାଉଛନ୍ତି । ତେବେ ସକାଳୁ ଏ ପର୍ଯ୍ୟନ୍ତ ନିଜସ୍ୱ ଇଚ୍ଛାରେ ଲୋକମାନେ ବାହାରକୁ ବାହାରୁନଥିବା ଦେଖିବାକୁ ମିଳିଛି । କରୋନା ଭୂତାଣୁକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ଆଜି ଜନତା କର୍ଫ୍ୟୁ କରିବାକୁ ଆହ୍ୱାନ ଦେଇଥିଲେ ଆଉ ତାହାକୁ ଲୋକମାନେ ପୂରାପୂରି ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/34-2.jpg)