ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି । କରୋନା ପାଇଁ ୪ ସହରକୁ ଲକ୍ ଡାଉନ କଲେ ରାଜ୍ୟ ସରକାର, ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେଲା ବାତିଲ

2,146

କନକ ବ୍ୟୁରୋ : କରୋନା ଯୋଗୁଁ ମହାରାଷ୍ଟ୍ର ସରକାର ନେଇଛନ୍ତି ବଡ ନିଷ୍ପତି । ମହାରାଷ୍ଟ୍ରର ୪ ଟି ସହରକୁ ଲକଡ୍ ଡାଉନ ଘୋଷଣା କରିଛନ୍ତି । ଏହି ସହର ଗୁଡିକ ମଧ୍ୟରେ ରହିଛି ମୁମ୍ୱାଇ , ପୁଣେ, ପିମ୍ପରି ଓ ନାଗପୁର । ମୁମ୍ୱାଇ , ପୁଣେ, ନାଗପୁରରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର ଓ ଅଫିସ । କରୋନା ମୁକାବିଲା ନେଇ ମହାରାଷ୍ଟ୍ର ସରକାରଙ୍କ ଏ ହେଉଛି ସବୁଠୁ ବଡ ପଦ କ୍ଷେପ । ସେହିପରି ପ୍ରଥମରୁ ଅଷ୍ଟମ ଯାଏଁ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ନବମ ଓ ଏକାଦଶ ପରୀକ୍ଷାକୁ ଅପ୍ରେଲ ୧୫ ତାରିଖ ଯାଏଁ ସ୍ଥଗିତ ଘୋଷଣା କରାଯାଇଛି । ନତେବେ ଏହି ସମୟରେ ଖୋଲା ରହିବ ଜରୁରୀ ସାମଗ୍ରୀର ଦୋକାନ ।

ରାସନ ସାମଗ୍ରୀ ଓ ଔଷଧ ଦୋକାନ ଏହି ଲକଡ୍ ଡାଉନରୁ ବାଦ୍ ପଡିଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଶହ ଟପିଲାଣି । ୫୨ ଆକ୍ରାନ୍ତ ସହିତ ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ରର ନାମ । ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି କୋରନାରେ । କ୍ରମାଗତ କରୋନା ସନ୍ଦୀଗ୍ଧଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବଢି ଚାଲିଥିବାରୁ ଏପରି ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସରକାର । ସରକାରୀ ଅଫିସ୍ ପୁରା ବନ୍ଦ ହେବନି । କିନ୍ତୁ ମାତ୍ର ୨୫ ପ୍ରତିଶତ ଉପସ୍ଥାନ ରହିବ ବୋଲି ଘୋଷଣା କରାଯାଇଛି । ଆସନ୍ତା ୩୧ ତାରିଖ ଯାଏଁ ଏହି ଲକଡ୍ ଡାଉନ ଜାରି ରହିବ ।