ଆଜି ସକାଳ ୧୦ଟାରେ ବକ୍ତବ୍ୟ ରଖିବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର: ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଆରବିଆଇ କରିପାରେ ବଡ ଘୋଷଣା

517

କନକ ବ୍ୟୁରୋ: କରୋନା ସଂକଟ ଭିତର ଦେଇ ଗତି କରୁଥିବା ଅର୍ଥନୀତିକୁ ବଂଚାଇବା ପାଇଁ ଆଉ କିଛି ସମୟ ପରେ ବଡ ଘୋଷଣା କରିପାରନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହା ପୂର୍ବରୁ ମାର୍ଚ୍ଚ ୨୭ରେ ବି ବଡ ଘୋଷଣା କରିଥିଲେ ଶକ୍ତିକାନ୍ତ ଦାସ । ଭିଡିଓ କନଫରେନ୍ସିଂ ଜରିଆରେ ଗଣମାଧ୍ୟମକୁ ସମ୍ବୋଦ୍ଧନ କରିବେ । ସଂକଟ ଭିତର ଦେଇ ଦେଶ ଗତି କରୁଥିବା ଦେଶର ଅର୍ଥନୀତିକୁ ବଂଚାଇବା ୨୭ ମାର୍ଚ୍ଚରେ ରେପୋ ରେଟକୁ ଶୂନ ଦଶମିକ୍ ସାତ ପାଂଚ ପ୍ରତିଶତ ହ୍ରାସ କରିଥିଲା ଆରବିଆଇ । ଏହା ଫଳରେ ଲୋକଙ୍କୁ ଇଏମଆଇ ଦେବା ହ୍ରାସ ପାଇଥିଲା । ଫଳରେ ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଥିଲା ।

ଅନ୍ୟପଟେ, ଦେଶରେ କରୋନା ସ୍ଥିତିରେ ଦୋହଲି ଗଲାଣି ଅର୍ଥନୀତି । ତାଲାବନ୍ଦରେ ଠପ୍ ହୋଇଯାଇଛି ସାରାଦେଶ । ବନ୍ଦ ହୋଇ ପଡିଛି ପୁରା କର୍ପୋରେଟ୍ ଜଗତ । ସାଧାରଣ ଜନତା ମଧ୍ୟ କାମ ହରାଇ ହାତ ବାନ୍ଧି ଘରେ ବସିଛନ୍ତି । ଏପରି ସ୍ଥିତିରେ ଦେଶର ଅର୍ଥନୀତିକୁ ସୁଧାରିବାକୁ ବିଶେଷ ଯୋଜନା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ କେନ୍ଦ୍ର ସରକାର ଏଥିପାଇଁ ଏକ ବଡ ପ୍ୟାକେଜ୍ ଘୋଷଣା କରିପାରନ୍ତି । ଯାହାକି କର୍ପୋରେଟ୍ ଜଗତତୁ ଉତ୍ସ।।ହ ଯୋଗାଇବ । ଦେଶର ସାଧାରଣ ଜନତାଙ୍କୁ ଆର୍ଥିକ ସ୍ଥିତି ବି ସୁଧୁରିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଦୀର୍ଘ ଘଂଟା ଆଲୋଚନା ବି କରିଛନ୍ତି । ସମସ୍ତ ଦିଗକୁ ଦେଖି ଏହି ପ୍ୟାକେଜରେ ଏବେ ଚୂଡାନ୍ତ ସ୍ପର୍ଶ ଦିଆଯାଉଛି । ତାଲାବନ୍ଦରେ ଦିଗହରା ହୋଇପଡିଥିବା ବାଣିଜ୍ୟକୁ ପୁଣି ସଜାଡିବାକୁ ପଡିବ । ମଦ ଠାରୁ ଆରମ୍ଭ କରି ଇନସୁରାନ୍ସ, ରିଟେଲ, କେମିକାଲ, ଖଣିଜ ଓ ଧାତୁ ସଂପର୍କିତ ବାଣିଜ୍ୟକୁ ଆସନ୍ତା ୬ରୁ ୧୨ ମାସ ଭିତରେ ସଜାଡିବାକୁ ହେବ ।

କାରଣ ଏଠାରେ ଉତ୍ପାଦନ ବନ୍ଦ ହୋଇଛି, ବିକ୍ରି ବି ବନ୍ଦ ହୋଇଛି , ଫଳରେ କମ୍ପାନୀ ଗୁଡିକୁ ସିଧାସଳଖ ପୁଂଜି ଆସିବା ବି ବନ୍ଦ ହୋଇଯାଇଛି । ସେହିପରି ହୋଟେଲ, ପରିବହନ, ପର୍ଯ୍ୟଟନ, ମନୋରଂଜନ ଶିଳ୍ପବି ରୋଜଗାର ହରାଇଛି । ଗରିବ ଲୋକଙ୍କୁ ଆର୍ଥିକ କ୍ଷମତା ଦେବାକୁ ସ୍ୱଳ୍ପ ସୁଧହାରରେ ଋଣ ଦେବାକୁ ପଡିବ । ସେମାନଙ୍କୁ ସିଧାସଳଖ ପ୍ରୋତ୍ସାହନ ଯୋଗାଇବ । ଗରିବ ଲୋକଙ୍କ ଖାତାକୁ ବିଭିନ୍ନ ଯୋଜନାର ଲାଭ ସିଧାସଳଖ ଖାତାକୁ ଯିବା ଦରକାର ।