କନକ ବ୍ୟୁରୋ : କରୋନାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଖୁବ୍ କମିଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୩୬ ରହିଛି । ଯାହା ଏକ ଆଶ୍ୱସ୍ତିର ଖବର ବୋଲି କୁହାଯାଇପାରିବ ।

Advertisment

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅବଡେଟ୍ ଅନୁସାରେ, ଦେଶରେ କରୋନା ସଂକ୍ରମଣରେ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୫,୩୧,୮୯୭ । ଦିନ ଥିଲା କରୋନା ମହାମାରୀ ଦେଶରେ ତାଣ୍ଡବ ରଚିଥିଲା । ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍ ମିଳୁନଥିଲା । ଅକ୍ସିଜେନ୍ ଅଭାବରୁ ଲୋକେ ଛଟପଟ ହୋଇ ମୃତ୍ୟୁବରଣ କରୁଥିଲେ । କିନ୍ତୁ ପରେ କରୋନା ଧିରେ ଧିରେ କମିବାରେ ଲାଗିଥିଲା । ଟିକାକରଣ ଜୋରସୋରରେ ଚାଲିଲା । କରୋନାରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଲା । ବର୍ତ୍ତମାନ ଗତ ୨୪ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଚିହ୍ନଟ ହେବା ବାସ୍ତବରେ ଏକ ଆଶ୍ୱସ୍ତିକର ଖବର ଅଟେ ।