କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଦେଶରେ ଦ୍ୱିତୀୟ ଲହର ଆସିବା ପରେ ଆଜି ଦୈନିକ ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଛି । ଏହାରି ଭିତରେ କରୋନା ସଂକ୍ରମଣକୁ ନେଇ ଆସିଛି ଏକ ଚିନ୍ତାଜନକ ରିପୋର୍ଟ । ଦେଶରେ ଅତିକମରେ ୧୦ ରାଜ୍ୟରେ ନୂଆ ଡବଲ ମ୍ୟୁଟାଂଟ ଦେଖାଦେଲାଣି । ବଢୁଥିବା କରୋନା ସଂକ୍ରମଣକୁ ଏଥିପାଇଁ ଦାୟୀ କରାଯାଉଛି ।

Advertisment

ଦେଶର ୧୦ଟି ରାଜ୍ୟରେ ଏବେ କରୋନା ଭୂତାଣୁର ସ୍ୱରୂପ ଚିନ୍ତାଜନକ ବୋଲି ତଥ୍ୟ ଆସିଛି । ଏବେ ଭାରତରେ କରୋନାର ଦ୍ୱିତୀୟ ଲହର ବଢିଚାଲିଥିବା ବେଳେ , ଡବଲ ମ୍ୟୁଟାଂଟ କୋଭିଡ ଷ୍ଟ୍ରେନ୍ ଅଧିକ ଚିନ୍ତା ବଢାଇଛି । ଦେଶର ଅତି କମରେ ୧୦ଟି ରାଜ୍ୟରେ ଏହା କାୟା ବିସ୍ତାର କରିସାରିଲାଣି ।

  • ପଂଜାବରେ ୮୦ ପ୍ରତିଶତ ୟୁକେ ଭାଇରାଂଟ ଚିହ୍ନଟ
  • ଦିଲ୍ଲୀରେ ୟୁକେ ଭାଇରାଂଟ ସହ ନ୍ୟୁ ଡବଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ
  • ମହାରାଷ୍ଟ୍ରରେ ୬୦ ପ୍ରତିଶତ ନ୍ୟୁ ଡବଲ ମ୍ୟୁଟାଂଟ ଷ୍ଟ୍ରେନ୍
  • ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ , ପଶ୍ଚିମବଙ୍ଗ, ପଂଜାବରେ ନ୍ୟୁ ଡବଲ ମ୍ୟୁଟାଂଟ ଭୂତାଣୁ ଅଧିକ ଚିହ୍ନଟ

କଣ ଏହି ଡବଲ ମ୍ୟୁଟାଂଟ ଷ୍ଟ୍ରେନ?

  • ଦୁଇଟି ଭିନ୍ନ ଭିନ୍ନ ଭୂତାଣୁର ମିଶ୍ରିତ ରୂପ ହେଉଛି ଡବଲ ମ୍ୟୁଟାଂଟ
  • ଇ୪୮୪କ୍ୟୁ + ଏଲ୪୫୨ଆର = ଡବଲ ମ୍ୟୁଟାଂଟ ଷ୍ଟ୍ରେନ
  • ଏଲ୪୫୨ଆର ହେଉଛି ଆମେରିକାରେ ଚିହ୍ନଟ କୋଭିଡ ଭୂତାଣୁ

ଏହି ଆମେରିକୀୟ ଭୂତାଣୁ ଏବେ ଭାରତରେ କରୋନା ସଂକ୍ରମଣକୁ ଶୀର୍ଷକୁ ଉଠାଇଥିବା ଅନୁମାନ କରୁଛନ୍ତି ବିଶେଷଜ୍ଞ । ସେଥିପାଇଁ ଦେଶରେ ଏବେ ଏତେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳୁଛି ।