କନକ ବ୍ୟୁରୋ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର କମି ଆସିବା ବେଳେ ପୁଣି ଚିନ୍ତା ବଢାଇଛି ଡେଲଟା ପ୍ଲସ୍ ଭାରିଆଣ୍ଟ । କିଛି ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାର ସଂକ୍ରମଣ ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ନେଇ ଏବେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଞ୍ଜାବରେ ପୁଣିଥରେ ସ୍ଥିତି ବିଗିଡିବାରେ ଲାଗିଛି ।

Advertisment

ପଞ୍ଜାବରେ ଜଣେ ଲୋକର ଶରୀରରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ପରେ ଅନ୍ୟ କିଛି ଲୋକଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଛି ।

ମଧ୍ୟପ୍ରଦେଶରେ ୭ ଜଣ ଲୋକଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି   । ଏହାକୁ ନେଇ ରାଜ୍ୟ ମେଡିକାଲ ଏଜୁୂକେଶନ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି କି ମଧ୍ୟପ୍ରଦେଶରେ ଚିହ୍ନଟ ହୋଇଥିବା ୭ ଜଣ ଡେଲଟା ପ୍ଲସ ଭାରିଆଣ୍ଟ ରୋଗୀଙ୍କ ମଧ୍ୟରୁ ୩ ଜଣ ଭୋପାଳ,୨ ଜଣ ଉଜୟନ ଓ ଜଣେ ରାୟସେନ- ଅଶୋକନଗର ଅଞ୍ଚଳର ।

ସେହିଭଳି ମହାରାଷ୍ଟ୍ରରେ ମୋଟ ୧୨ ଜଣଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ରାଜ୍ୟର କିଛି ଅଞ୍ଚଳକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି ।