କମୁଛି କରୋନା, ଖୋଲୁଛି ମନ୍ଦିର । ଆଜି ସମଲେଶ୍ୱରୀ ମନ୍ଦିରରେ ଦର୍ଶନ ଆରମ୍ଭ । ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ଛତିଶାନିଯୋଗ ବୈଠକରେ ନିଷ୍ପତି

97

କନକ ବ୍ୟୁରୋ: କୋଭିଡ କଟକଣା ମଧ୍ୟରେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଖୋଲିଛି । ଆଉ ମାଙ୍କ ଦର୍ଶନ ପାଇ ଭକ୍ତ ନିଜକୁ ଧନ୍ୟ ମନେ କରିଛି । ସକାଳ ୬ରୁ ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ରହିଛି ।

କଟକ ଜିଲ୍ଲା ଓ କୋରାପୁଟରେ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି । ଉଭୟ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ଖୋଲିବ । ତେବେ କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଏ ସବୁ ସ୍ଥାନକୁ ଯାଇ ଦର୍ଶନ କରି ପାରିବେ । ତେବେ କଟକ ସହରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ମହାନଗର ନିଷ୍ପତି ନେବ । ଶ୍ରାବଣ ମାସ ପାଇଁ କୋରାପୁଟର ଗୁପ୍ତେଶ୍ୱର ପୀଠ ଖୋଲିବ ନାହିଁ ।

ଅନଲକରେ ମନ୍ଦିର ଖୋଲିବା ପାଇଁ ସବୁଜସଙ୍କେତ ମିଳିବା ପରେ ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି । ଏସଓପି ଆଧାରରେ ଭକ୍ତ କରିବେ ଜଗାଦର୍ଶନ । ବୁଧବାର ଶ୍ରୀମନ୍ଦିର ଖୋଲିବା ନେଇ ବସିବ ଭର୍ଚୁଆଲ ବୈଠକ । ଅଗଷ୍ଟ ୧୬ ପରେ ଭକ୍ତଙ୍କ ଲାଗି ଖୋଲା ହୋଇପାରେ ଶ୍ରୀମନ୍ଦିର ।