ଦେଶରେ ୮୧ ଦିନ ପରେ ୬୦ ହଜାରେ ତଳକୁ ଖସିଲା ସଂକ୍ରମଣ । ୨୪ ଘଣ୍ଟାରେ ୫୮,୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫୭୬ ମୃତ । ସେପଟେ ରାଜ୍ୟରେ ସ୍ଥିର ଅଛି ସଂକ୍ରମଣ

88

କନକ ବ୍ୟୁରୋ : ୮୧ ଦିନ ପରେ ଦେଶରେ ୬୦ ହଜାର ତଳେ ସଂକ୍ରମଣ ଚିହ୍ନଟ । ଦେଶରେ ଗତ ୨୪ ଘଂଟାରେ ୫୮ ହଜାର ୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଶହ ୭୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୮୭ ହଜାର ୬୧୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ଦେଶରେ ମୋଟ ସଂକ୍ରମଣ ୨ କୋଟି ୯୮ ଲକ୍ଷ ୮୧ ହଜାର ୯୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୭ ଲକ୍ଷ ୬୬ ହଜାର ୯ଜଣ । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ସକ୍ରିୟ ଅଛନ୍ତି ୭ଲକ୍ଷ ୨୯ ହଜାର ୨୪୩ ଜଣ ।

ସେପଟେ ରାଜ୍ୟରେ ଗତ ୨୪ଘଂଟାରେ ୩ ହଜାର ୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୩୯ଜଣଙ୍କ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୧ ହଜାର ୫୩୮ଜଣ । ସେହିପରି ଗୋଟିଏ ଦିନରେ ୪୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।