ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା : ଆଉ ୧୮ମୃତ ସହ ୧୨ ଶହ ଟପିଲା ସଂଖ୍ୟା

127

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଂଟାରେ ୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୩ ଜଣ, ମୟୂରଭଂଜ ଜିଲ୍ଲାରୁ ୨ ଜଣ, ଭୁବନେଶ୍ୱରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା, ନବରଙ୍ଗପୁର, ପୁରୀ, ଢେଙ୍କାନାଳ , ଭଦ୍ରକ, ମାଲକାନଗିରିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେପଟେ ରାଜ୍ୟରେ ୧ ହଜାର ୭୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ହଜାରେ ୩୧ ଏବଂ ସ୍ଥାନୀୟ ଅଂଚଳରୁ ୭୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୬୦, ମୟୂରଭଂଜରୁ ୧୦୪, ଅନୁଗୁଳରୁ ୧୦୭, ପୁରୀରୁ ୮୨, ନୂଆପଡାରୁ ୮୪, ସୁନ୍ଦରଗଡରୁ ୯୯, ବଲାଙ୍ଗିରରୁ ୭୬, ଯାଜପୁରରୁ ୭୬, ଭଦ୍ରକରୁ ୬୮ ଏବଂ ବରଗଡରୁ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ୧ ହଜାର ୭୯୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆକ୍ଟିଭ୍ ମାମଲା ଏବେ ୨୦ ହଜାର ତଳକୁ ଖସି ଆସିଛି । ରାଜରେ ଏବେ ମାତ୍ର ୧୯ ହଜାର ୫୭୯ ଆକ୍ଟିଭ୍ ମାମଲା ରହିଛି । ସେହିପରି ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୧ କୁ ବୃଦ୍ଧି ହୋଇଛି ।