କରୋନାରେ ଦେଶରେ ଅଲୋଡ଼ା ରେକର୍ଡ । ଗୋଟିଏ ଦିନରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ କରୋନା ନେଇଛି ୪ ହଜାର ୧୮୭ ଜଣଙ୍କ ଜୀବନ

124

କନକ ବ୍ୟୁରୋ: କରୋନା ମହାମାରୀ ବେଳେ ଦେଶରେ ପୁଣି ଏକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି। ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି।ଗତ ୨୪ଘଣ୍ଟାରେ ଦେଶରେ ୪ହଜାର ୧୮୭ଜଣ ପ୍ରାଣ ହରାଇଛନ୍ତି। ଦେଶରେ କୋଭିଡ଼ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୮ହଜାର ୧୯୭ରେ ପହଂଚିଛି।

କରୋନା ସଂକ୍ରମଣ ଭିତରେ ପୁଣି ଥରେ ଅଲୋଡ଼ା ରେକର୍ଡ କରିଛି ଭାରତ। ଦେଶରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪ହଜାର ପାର କରିଛି ମୃତ୍ୟୁ ସଂଖ୍ୟା। ଏବଂ ଲଗାତର ତୃତୀୟ ଦିନରେ ଦୈନିକ ସଂକ୍ରମଣ୪ଲକ୍ଷ ଉପରେ ରହିଛି। ଗତ ୨୪ଘଣ୍ଟାରେ ଦେଶରେ ୪ହଜାର ୧୮୭ଜଣ ପ୍ରାଣ ହରାଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୧୮ଲକ୍ଷ ଟପିଥିବା ବେଳେ ୩୭ଲକ୍ଷ ୨୩ହଜାର ୪୪୬ସକ୍ରିୟ ସଂକ୍ରମିତ ରହିଛନ୍ତି।

ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ଦେଶ ଭାବେ ଗୋଟିଏ ଦିନରେ ଭୁତାଣୁ ସଂକ୍ରମଣରେ ୪ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୱାଲର୍ଡୋ ମିଟରର ତଥ୍ୟ ଅନୁସାରେ ଜାନୁଆରୀ୧୨ରେ ଆମେରିକାରେ ସର୍ବାଧିକ ୪ହଜାର ୪୯୦ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୨୪ଘଣ୍ଟାରେ ଦେଶରେ ୪ ଲକ୍ଷ ୧ହଜାର ୫୨୨ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣର ପ୍ରଥମ ଲହର ଗୋଟିଏ ବର୍ଷରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଦ୍ଵିତୀୟ ଲହରର ମାତ୍ର ୮୨ଦିନରେ ତା ଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ ଫେବୃଆରୀ୧୪ରୁ ମେ’ ୮ପର୍ୟ୍ୟନ୍ତ ଦେଶରେ ୧କୋଟି ୯ଲକ୍ଷ ୬୮ହଜାର ୩୯ ମାମଲା ଚିହ୍ନଟ ହୋଇଥିବା ବେଳେ ଗତ ବର୍ଷ ଜାନୁଆରୀ୩୦ରୁ ଚଳିତ ବର୍ଷ ଫେବ୍ରୁଆରୀ୧୪ ଯାଏଁ ୧କୋଟି ୯ଲକ୍ଷ ୧୬ହଜାର ୪୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ୮୨ଦିନରେ ଦୁଇ ଗୁଣ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ଗତବର୍ଷ ଏପ୍ରିଲରେ ପ୍ରଥମ ଲହର ଆରମ୍ଭ ହୋଇଥିବା ବେଳେ ଏବେ ଦ୍ଵିତୀୟ ଲହରରେ ଦୈନିକ ସଂକ୍ରମଣ ଏହାର ଚାରି ଗୁଣରୁ ବି ଅଧିକ ରହିଛି।

ଦେଶରେ କୋଭିଡ଼ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୮ହଜାର ୧୯୭ରେ ପହଂଚିଛି। ଏହାସହ ଶୁକ୍ରବାର୫ଟି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ୮୯୮ ଜଣଙ୍କର ମୃତ୍ୟୁ, କର୍ଣ୍ଣାଟକରେ ୫୯୨, ଉତ୍ତର ପ୍ରଦେଶରେ ୩୭୨, ଦିଲ୍ଲୀରେ ୩୪୧, ଛତିଶଗଡରେ ୨୦୮, ତାମିଲନାଡୁରେ ୧୯୭, ପଞ୍ଜାବରେ ୧୬୫ ଓ ରାଜସ୍ଥାନରେ ୧୬୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପଞ୍ଜାବ ଓ ଛତିଶଗଡ଼ରେ ଭୁତାଣୁ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଛି।