ରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା : ଆଣ୍ଟିଜେନ ୫୦,୪୪୯, ଆରଟିପିସିଆର ୭,୮୧୩, ଟ୍ରୁନେଟରେ ୭୬ ପରୀକ୍ଷା; କେନ୍ଦ୍ରାପଡାରେ ସର୍ବାଧିକ ଟେଷ୍ଟ

180

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କରୋନା । ଦେଶରେ ଦିନକୁ ଦିନ ନୂଆ ରେକର୍ଡ଼ ଭାଙ୍ଗୁଛି କରୋନା ସଂକ୍ରମଣ । ସଂକ୍ରମଣ ସାଙ୍ଗକୁ ତାଳ ଦେଇ ଚାଲିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୮୪୮ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଦେଶରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ରେ ପହଂଚିଛି । ଗତ ୨୪ ଘଂଟାରେ ୬୦ ହଜାର ୯୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୪ରେ ପହଂଚିଛି ସଂକ୍ରମଣ ।

ଏବେ କରୋନା ସଂକ୍ରମଣରେ ସକ୍ରିୟ ଅଛନ୍ତି ୭ ଲକ୍ଷ ୪ହଜାର ୩୪୮ ଜଣ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୪ ଲକ୍ଷ ୪ ହଜାର୫୮୫ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୪୭୫ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।