ମେ ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁ । ମାଟ୍ରିକ୍ ପରୀକ୍ଷା ରଦ୍ଦ

60

କନକ ବ୍ୟୁରୋ : ମେ ୬ ତାରିଖ ମଧ୍ୟରାତ୍ୟରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶରେ କରୋନା କଫ୍ୟୁ ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ସମୟରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ବି କଟକଣା ଲଗାଯାଇଛି । ସେହିଭଳି ଆରଟିପିସିଆର ଟେଷ୍ଟର ନେଗେଟିଭ୍ ରିପୋର୍ଟ ବିନା କେହି ବି ବାହାରକୁ ବାହାରିବାକୁ ଅନୁମତି ମିଳିବ ନାହିଁ ।

ଏହା ବ୍ୟତୀତ ରାଜ୍ୟ ସରକାର ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ବିନା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବେ ବୋଲି ଘୋଷଣା କରିଛନ୍ତି । କହିରଖୁ କି ମଙ୍ଗଳବାର ଦିନ ହିମାଚଳ ପ୍ରଦେଶରେ ୩,୮୨୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୦,୯୪୫ କୁ ବୃଦ୍ଧି ପାଇଛି ।
ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣରେ ୪୮ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣରେ ମୋଟ ୧,୬୪୭ ଜଣଙ୍କର ଜୀବନ ଗଲାଣି ।

Comments are closed.