ନିର୍ଦ୍ଦେଶ ମାନିଲେନି ତଣ୍ଡ ଗଣିଲେ ବସ ମାଲିକ । ଦୂରଗାମୀ ବସ ସେବା ବାତିଲ ପରେ ମାଲକାନଗିରି ଜିଲ୍ଲା ପ୍ରଶାସନର ଚଢାଉ, ଦୁଇଟି ବସ ଉପରେ ୩୬ ହଜାର ଟଙ୍କାର ଫାଇନ୍

861

କନକ ବ୍ୟୁରୋ: ‘କରୋନା’ ମୁକାବିଲା ନିର୍ଦ୍ଦେଶ ନ ମାନି ତଣ୍ଡ ଗଣିଲେ ବସ ମାଲିକ । କରୋନା ଯୋଗୁ ମାଲକାନଗିରି ଜିଲ୍ଲାର ସମସ୍ତ ଦୂରଗାମୀ ବସ ସେବା ବାତିଲ କରିଛି ଜିଲ୍ଲା ପ୍ରଶାନ । ଆଉ ନିୟମ ଖିଲାପକାରି ବସ ଗୁଡିକ ଉପରେ ଜିଲ୍ଲା ପ୍ରଶାସନ ଚଢାଉ କରି ତଣ୍ଡ ଆଦାୟ କରି ଥିବା ସହ ଯାତ୍ରୀ ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ମାଲକାନଗିରି ଉପ ଜିଲ୍ଲାପାଳ ଓ ପୁଲିସ ବାବୁ । ହାଇଦ୍ରାବାଦ ଯାଉ ଥିବା ଦୁଇଟି ବସକୁ ଯାଂଚ କରା ଯାଇ ସେମାନଙ୍କୁ ଠାରୁ ୧୦୫୦୦.୦୦ ଓ ୨୫୫୦୦.୦୦ ଟଙ୍କା ତଣ୍ଡ ଆଦାୟ କରା ଯାଇ ବସ ଗୁଡିକୁ ସିଜ କରା ଯାଇଛି । ଆଉ ଯାତ୍ରୀଙ୍କୁ ବାହାରକୁ ଯାତ୍ରା ନ କରି ଘରେ ରହିବାକୁ ପରାମର୍ଶ ଦିଆ ଯାଇଛି ।

ସବୁଠାରୁ ବଡ଼ କଥା ହେଲା କି, ‘ବିଶ୍ୱ ମହାମାରୀ’ କରୋନା ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ପରେ ଗତକାଲି ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତାକୁ ବଢ଼ାଇ ଦେଇଛନ୍ତି ରାଜ୍ୟସରକାର । ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ କଡ଼ା ବାରଣ ପରେ ମଧ୍ୟ ନିୟମକୁ ହେଜ୍ଞାନ କରି ନିର୍ଦ୍ଦେଶ ଅବମାନନା କରୁଛନ୍ତି କିଛି ବସ୍ ମାଲିକ । ତେଣୁ ନିୟମ ଉଲ୍ଲଂଘନ କରିବା ହେତୁ ହାଇଦ୍ରାବାଦ ଯାଉ ଥିବା ଦୁଇଟି ବସ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ଠାରୁ ୧୦ ହଜାର ୫୦୦ ଟଙ୍କା ଓ ୨୫ ହଜାର ୫୦୦ ଟଙ୍କା ଲଗାଇଛନ୍ତି ପ୍ରଶାସନ ।