ଉତ୍ତରକୋରିଆକୁ କରୋନା କାଳ! ୧୮ହଜାର ଲୋକ କରୋନା ସଂକ୍ରମିତ ।

136

କନକ ବ୍ୟୁରୋ: ଉତ୍ତରକୋରିଆରେ କାଳ ହେଲାଣି କରୋନା । ସ୍ଥାନୀୟ ଗଣମାଧ୍ୟମ ରିର୍ପୋଟ ଅନୁସାରେ ବର୍ତମାନ ଦେଶରେ ୧୮ହଜାର ଲୋକ କରୋନା ଦ୍ୱାରା ସଂକ୍ରମିତ ହେବା ସହ ୬ଜଣଙ୍କ ମୃତ୍ୟୁ ହୋଇସାରିଛି । ଘଟଣା ପରେ ୨ଲକ୍ଷରୁ ଅଧିକ ଲୋକଙ୍କୁ ଆଇସୋଲେସନରେ ରଖାଯାଇ ସେମାନଙ୍କ ଚିକିତ୍ସା ଜାରି ରହିଛି । ସେପଟେ ନ୍ୟୁଜି ଏଜେନ୍ସି ଏଏଫଏ ରିର୍ପୋଟ କହୁଛି ଦେଶରେ ୪ଲକ୍ଷ ଲୋକ କରୋନାରେ ସଂକ୍ରମିତ ଅଛନ୍ତି ।

ଗୁରୁବାର ଦେଶରୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଓମିକ୍ରନର ଉପପ୍ରଜାତି ବିଏରେ ଆକ୍ରାନ୍ତ ଥିଲେ । ସେପଟେ ପୂରା ଦେଶରେ ଲକଡାଉନ ଘୋଷଣା କରିସାରିଛନ୍ତି ଶାସକ କିମଜଙ୍ଗ ଉନ୍ । ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ କିମଜଙ୍ଗ ଉନଙ୍କୁ ମାସ୍କରେ ଦେଖିବାକୁ ମିଳିଛି । ଆଜି ପର୍ଯ୍ୟନ୍ତ ଦେଶରେ ଶୂନ୍ୟକୋଭିଡ ଥିବା ଦାବି କରି ଆସୁଥିଲା ଉତରକୋରିଆ । ୨୦୨୦ ମସିହାରୁ ବାହ୍ୟଜଗତରୁ ନିଜକୁ ବିଚ୍ଛିନ କରି ସୀମାକୁ ସିଲ ରଖିଛି । ତଥାପି ଉତରକୋରିଆରେ ପହଁଚିସାରିଛି କରୋନା