କନକ ବ୍ୟୁରୋ: କରୋନା ବିଗାଡୁଛି ମାନସିକ ସ୍ଥିତି । ଏହି ଭୟଙ୍କର ଭୂତାଣୁ ପାଇଁ ଦୁଶ୍ଚିନ୍ତା ବଢିବାରେ ଲାଗିଛି । ଆଉ ଭାରତରେ ସ୍ଥିତି ଗୁରୁତର । ଭାରତରେ ପ୍ରତି ୨ଜଣରେ ଜଣେ ଭୂତାଣୁ ପାଇଁ ଚିନ୍ତିତ । ଏପରିକି ପ୍ରତି ୪ ଜଣରେ ଜଣଙ୍କୁ ଡାକ୍ତରୀ ପରାମର୍ଶ ଆବଶ୍ୟକ ପଡୁଛି । କରୋନା ମନ ଭିତରେ ଏମିତି ଚାପ ବଢାଉଛି ଯେ, ଡାକ୍ତରଙ୍କ ପାଖକୁ ଯିବାକୁ ପଡୁଛି । ଏପ୍ରିଲ-ମେ ମାସରେ କରାଯାଇଥିବା ଏକ ସର୍ଭେରୁ ଏଭଳି ତଥ୍ୟ ମିଳିଛି ।
୧ ହଜାର ୬୯ଜଣଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଦିଲ୍ଲୀ , ୟୁପି, ହରିଆଣା ଏବଂ ମହାରାଷ୍ଟ୍ରର ଅଧିକାଂଶ ଲୋକ ସାମିଲ ହୋଇଥିଲେ । ବିଶେଷଜ୍ଞଙ୍କ ସୂଚନା ଅନୁସାରେ , ସର୍ଭେରେ ଭାଗ ନେଇଥିବା ୫୫ ପ୍ରତିଶତଙ୍କ ଲୋକଙ୍କ ଭିତରେ କରୋନାକୁ ନେଇ ଦୁଶ୍ଚିନ୍ତା ରହିଛି । ଏବଂ ଚାରିଭାଗରୁ ୧ ଭାଗ ଲୋକଙ୍କ ଭିତରେ ଭୂତାଣୁକୁ ନେଇ ମାନସିକ ଅବସାଦ ଅଧିକ । ଏପରିକି କିଛି ଆକ୍ରାନ୍ତ ଅଧିକ ଚିନ୍ତାରେ ନିଜକୁ କ୍ଷତି ପହଂଚାଇବାକୁ ଚେଷ୍ଟା କରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/2-21.jpg)