କନକ ବ୍ୟୁରୋ: ଗୋଟିଏ ପରିବାରକୁ କରୋନା କରିଦେଲା ପରିବାର ଶୁନ୍ୟ । ୪ଭାଇଙ୍କର କରୋନାରେ ମୃତ୍ୟୁ ପରିବାର ପାଇଁ ଇଙ୍ଗ ଦୁଃଖ ଆଣିଛି । କରୋନା ଆସିବା ପୂର୍ବରୁ ବାପା ଓ ଜଣେ ପୁଅ ଚାଲିଯାଇଥିଲେ । କରୋନା କାଳରେ ଆଉ ୪ ପୁଅଙ୍କ ମୃତ୍ୟୁ ହୋଇଛି । ଏବେ ପରିବାରରେ କେହି ରୋଜଗାରିଆ ପୁଅ ନଥିବାରୁ ପରିବାର ଆଗକୁ କେମିତି ଚଳିବ ସେହି ଚିନ୍ତାରେ ପଡିଛନ୍ତି ଘରର ସଦସ୍ୟ ।
କରୋନା ଏତେ କରୁଣ ଦୁଃଖ ଆଣିପାରେ ତାହା କେବଳ ଏହି କାହାଣୀକୁ ଦେଖିଲେ ବୁଝିହେବ । କରୋନା ସଂକ୍ରମଣରେ ଗୋଟିଏ ପରିବାର ହୋଇଗଲା ପୁରୁଷ ଶୁନ୍ୟ । ଜଣେ କି ଦୁଇ ଜଣ ୪ଜଣ ଭାଇଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।
ସାନଭାଇ କୃଷ୍ଣଚନ୍ଦ୍ର ସାହୁ
ବୟସ ୪୨
ଜୁଲାଇ ୧୪ରେ ଭୁବନେଶ୍ୱର ଆସିବା ବାଟରେ ମୃତ୍ୟୁ
ଚତୁର୍ଥ ଭାଇ ମଙ୍ଗରାଜ ସାହୁ
ବୟସ ୪୮
ଜୁଲାଇ ୧୬ରେ ମେଡିକାଲରେ ମୃତ୍ୟୁ
ତୃତୀୟ ଭାଇ ବାସୁଦେବ ସାହୁ
ବୟସ ୫୦
ଜୁଲାଇ ୧୮ରେ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ
ବଡଭାଇ ଧବଳେଶ୍ୱର ସାହୁ
ବୟସ-୬୦
ଅକ୍ଟୋବର ୧ରେ ଏମକେସିଜି ମେଡିକାଲରେ ମୃତ୍ୟୁ
କରୋନା ଆସିବା ପୂର୍ବରୁ ଗୋଟିଏ ପୁଅ ଏବଂ ବାପା ପ୍ରାଣ ହରାଇସାରିଥିବା ବେଳେ ଏବେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ସବୁ ରୋଜଗାରିଆ ଚାଲିଯିବା ପରେ ଏବେ ଘର କେମିତି ଚଳିବ ସେହି ଚିନ୍ତାରେ ପରିବାର ଲୋକେ ।
କରୋନାରେ ଏହି ମୃତ୍ୟୁକୁ ଦେଖି ଗାଁରେ ଭୟଭୀତ । ତାଙ୍କ ସହିତ ମଧ୍ୟ ଏମିତି ହେବା ନେଇ ଆଶଙ୍କାରେ ଅଛନ୍ତି ଗ୍ରାମବାସୀ । ପୋଲସରା ଅଙ୍ଗାର ଗାଁର ଏହି ଘଟଣା କରୋନାର ଭୟାବହତାକୁ ଏମିତି ଦେଖାଇଛି ଯେ ଲୋକଙ୍କ ମନରେ ଛନକା ପଶିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/PHOTO-01012211.png)