ଓଡିଶାରେ କମୁଛି କରୋନା । ୪୨ ଦିନରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ । ୯ ପ୍ରତିଶତକୁ ଖସିଲା ସଂକ୍ରମଣ । ସେପଟେ ଦେଶରେ ଦୁଇ ମାସରେ ସବୁଠାରୁ କମ୍ ସଂକ୍ରମଣ

291

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଦୁଇ ଦିନ ହେଲା ୧୦ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ପ୍ରତିଦିନ ରେଡ୍ ଜୋନରେ ଥିବା ଜିଲ୍ଲା ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ୟେଲୋ ଓ ଗ୍ରୀନ ଜୋନ୍ ଜିଲ୍ଲା ସଂଖ୍ୟା ବଢିବାରେ ଲାଗିଛି । ରେଡ୍ ଜୋନରେ ୧୨ଟି ଜିଲ୍ଲା ରହିଛି, ଯେଉଁଠି ଅଢ଼େଇ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ୮ ଜିଲ୍ଲା ଗ୍ରୀନ ଜୋନ୍ରେ ରହିଛନ୍ତି, ଯେଉଁଠି ହଜାରେ ତଳକୁ ରହିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ।

ଜୁନ ମାସ ଆରମ୍ଭରୁ ରାଜ୍ୟରେ ସ୍ଥିତି ସୁଧୁରିବାରେ ଲାଗିଛି । ୭ ଦିନ ହେଲା ପଜିଟିଭିଟି ରେଟ୍ ହ୍ରାସ ପାଇବା ସହ ଦୈନିକ ସଂକ୍ରମଣ ମଧ୍ୟ କମୁଛି । ଜୁନ ୧ ତାରିଖରେ ସଂକ୍ରମଣ ହାର ଥିଲା ୧୪.୦୨ ପ୍ରତିଶତ । ଜୁନ ୪ ତାରିଖ ଦିନ ସଂକ୍ରମଣ ହାର ୧୧.୨୬ ପ୍ରତିଶତକୁ ଚାଲି ଆସିଥିଲା । ୬ ତାରିଖ ଦିନ ୯.୭୨ ପ୍ରତିଶତ ରହିଥିଲା ପଜିଟିଭିଟି ରେଟ୍ । ୭ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସଂକ୍ରମଣ ହାର ରହିଛି ୯.୧୧ ପ୍ରତିଶତ ।

ଅର୍ଥାତ୍ ଯଦି ୧୦୦ ଜଣ କରୋନା ପରୀକ୍ଷା କରୁଛନ୍ତି, ସେଥିରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୬୭ ହଜାର ୧୭୮ କରୋନା ପରୀକ୍ଷା କରାଯାଇଥିଲା, ସେଥିରୁ ୬ ହଜାର ୧୧୮ ଜଣ ପଜିଟିଭ୍ ଥିବା ଜଣାପଡିଛି । ୭ ଦିନରେ ପ୍ରାୟ ୫ ପ୍ରତିଶତ ସଂକ୍ରମଣ ହାର କମିଛି । ୪୨ ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ରହିଛି ଦୈନିକ ସଂକ୍ରମଣ ।

ବାଇଟ୍ : ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ଚିକିତ୍ସକ

ଓଡ଼ିଶା କରୋନା ମିଟର

ତାରିଖଟେଷ୍ଟ        ଆକ୍ରାନ୍ତ      ସଂକ୍ରମଣ ହାର

ଜୁନ ୧     ୬୨,୨୯୩   ୮,୭୩୫୧୪.୦୨%

ଜୁନ ୨     ୬୬,୬୮୩   ୮,୩୯୯୧୨.୫୯%

ଜୁନ ୩     ୭୦,୧୭୮   ୮,୮୩୯୧୨.୫୯%

ଜୁନ ୪     ୬୮,୬୦୪   ୭,୭୨୯     ୧୧.୨୬%

ଜୁନ ୫     ୭୦,୩୧୩   ୭,୩୯୫     ୧୦.୫୧%

ଜୁନ ୬     ୭୧,୯୭୩   ୭,୦୦୨ ୦୯.୭୨%

ଜୁନ୍ ୭     ୬୭,୧୭୮ ୬,୧୧୮ ୦୯.୧୧%

ଦେଶରେ ମଧ୍ୟରେ ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ୨୪ଘଂଟାରେ ୧,୦୦,୬୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୬.୩୪ ପ୍ରତିଶତ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪,୦୧,୬୦୯ ରହିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୪୯,୧୮୬ କୁ ବୃଦ୍ଧି ପାଇଛି ।