ସମୟ ଦେଖିବେନି କି ସ୍ଥାନ ଦେଖିବେନି , ଆକ୍ରାନ୍ତଙ୍କ ସୂଚନା ମିଳିବା ମାତ୍ରେ ଚିକିତ୍ସା ପାଇଁ ବାହାରି ପଡିବେ “କରୋନା କମାଣ୍ଡୋ” , ଯୋଗୀରାଜ୍ୟରେ ପ୍ରସ୍ତୁତ ହେଉଛନ୍ତି କରୋନା କମାଣ୍ଡୋ ।

810

ଦୁନିଆରେ ହାହାକାର ମଚାଇଛି କରୋନା ଭାଇରସ୍ । ଚୀନ୍ ପରେ ଇଟାଲୀ , ଆମେରିକା … ଏବଂ ଏବେ ଭାରତ । ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହୋଇଗଲାଣି । ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଗୋଟିଏ ହସ୍ପିଟାଲ୍ ମାସେ ହେଲାଣି “କରୋନା କମାଣ୍ଡୋ”ଙ୍କୁ ପ୍ରସ୍ତୁତ କରୁଛି । କରୋନା ଆକ୍ରାନ୍ତଙ୍କ ବିଷୟରେ ସୂଚନା ମିଳିବା କ୍ଷଣି ଏହି କମାଣ୍ଡୋ ଚିକିତ୍ସା ପାଇଁ ତତକ୍ଷଣାତ୍ ପହଁଚିଯିବେ । ଲକ୍ଷ୍ନୌରେ କରୋନା ଭୁତାଣୁ ସହ ଲଢିବା ପାଇଁ କେଜିଏମସି ପକ୍ଷରୁ ନୂଆ ଉପାୟ ଆପଣାଯାଇଛି । କିଙ୍ଗ୍ ଜର୍ଜ ମେଡିକାଲ୍ କଲେଜର ପ୍ଲୋମୋନରୀ ବିଭାଗ କରୋନା କମାଣ୍ଡୋ ପ୍ରସ୍ତୁତ କରି ତାଲିମ୍ ଦେବା ଆରମ୍ଭ କରିଛି । ଏଥିପାଇଁ ୧ ମାସ ଧରି ଟ୍ରେନିଙ୍ଗ୍ ଚାଲିଛି ।

ଏହି ଟିମକୁ ପରିଚାଳନା କରୁଥିବା ଡାକ୍ତରଙ୍କୁ କରୋନା କମାଣ୍ଡୋ ବୋଲି କୁହାଯାଉଛି । ଯାହାଙ୍କ ପାଖରେ ଭୁତାଣୁ ସହ ଲଢିବା ପାଇଁ ଆଧୁନିକ ଉପକରଣମାନ ରହିଛି । ଯାହାଙ୍କ ପାଖରେ ଭାରତର ସବୁଠାରୁ ବଡ଼ ଆଇସିୟୁ ୟୁନିଟ୍ ରହିଛି । ଏହା କରୋନାକୁ ଠିକ୍ କରିବା ପାଇଁ ଡାକ୍ତରଙ୍କ ସହାୟତା କରୁଛି । ଯଦି ସରକାରଙ୍କୁ ଏହି କମାଣ୍ଡୋ ଟିମର ଆବଶ୍ୟକତା ପଡେ ତେବେ ସେମାନେ ତୁରନ୍ତ ଚିକିତ୍ସା ପାଇଁ ପହଁଚିଯିବେ । ଯେଉଁଥିପାଇଁ କମାଣ୍ଡୋଙ୍କୁ ଭଲ ଭାବେ ତାଲିମ ଦିଆଯାଇଛି । କରୋନା କମାଣ୍ଡୋର ଡାକ୍ତରମାନେ କ୍ୱିକ୍ ରେସପନ୍ସ ରେସ୍କ୍ୟୁ ଟିମ୍ ଭାବରେ କାମ କରନ୍ତି ।