କରୋନା ବଦଳାଇ ଦେଲା ଜୀବିକା : ରାଜ୍ୟସ୍ତରୀୟ ଖେଳାଳିରୁ ବନିଲେ ଆମାଜନ୍ ଡେଲିଭରି ବୟ

Advertisment
କରୋନା ବଦଳାଇ ଦେଲା ଜୀବିକା : ରାଜ୍ୟସ୍ତରୀୟ ଖେଳାଳିରୁ ବନିଲେ ଆମାଜନ୍ ଡେଲିଭରି ବୟ

କନକ ବ୍ୟୁରୋ : କରୋନା ବଦଳାଇ ଦେଲା ଜୀବିକା । ରାଜ୍ୟସ୍ତରୀୟ ଖେଳାଳିରୁ ବନିଗଲେ ଆମାଜନ ଡେଲିଭରୀ ବୟ । ମାଲକାନଗିରି ଜିଲ୍ଲାର ଆଦିବାସୀ ଧାବକ ଦିୱାନା ଗୁଗଲାତଙ୍କ କଥା । ଯୁକ୍ତ ୩ ପାଠପଢା ସାଙ୍ଗକୁ ମାଲକାନଗିରି କ୍ରୀଡା ଛାତ୍ରାବାସ ରେ ରହି ପ୍ରଶୀକ୍ଷଣ ନେଉ ଥିଲେ ଦିଓାନା । ଭାଇଜାଗ ନ୍ୟାଭି ମାରାଥନ ସହ ବହୁ ରାଜ୍ୟସ୍ତରୀୟ ମାରାଥନରେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ ଦିୱାନା ।

ତେବେ ଲକଡାଉନ ଯୋଗୁ ଏବେ କଲେଜ ବନ୍ଦ ସାଙ୍ଗକୁ କ୍ରୀଡା ଛାତ୍ରାବାସ ରେ ମଧ୍ୟ ତାଲା ପଡିଛି । ଏପରି ସ୍ଥିତିରେ ଘରେ ବୁଢା ମାଆଙ୍କ ଦେଖାଶୁଣା ସାଙ୍ଗକୁ ନିଜ ପଢାଖର୍ଚ୍ଚ ଯୋଗାଡ ପାଇଁ ଏମିତି ଘର ଘକ ବୁଲି ଅନଲାଇନ୍ ସାମଗ୍ରୀ ଡେଲିଭରୀ କରି ଦୁଇ ପଇସା ରୋଜଗାର କରିବା ସହ ଅନ୍ୟ ମାନଙ୍କ ଏକ ନିଆରା ଉଦାହରଣ ପାଲଟିଛନ୍ତି ଦିୱାନା ଗୁଗଲାତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe