ଚୀନରେ ବଢୁଛି କରୋନା ସଂକ୍ରମଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ବୟାନ ବଢାଇଲା ଚିନ୍ତା ।

122

କନକ ବ୍ୟୁରୋ : ଚୀନରେ ବଢୁଛି କରୋନା ସଂକ୍ରମଣ । ଯାହାକୁ ନେଇ ଚୀନ କଠୋର କଟକଣା ଲାଗୁ କରୁଛି । ସେପଟେ ମହାମାରି ଶେଷ ହେଇଗଲା ଭାବି ଅନେକ ଦେଶ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ହଟେଇ ଦେଇଛନ୍ତି । ଏହା ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାରିଆ ୱାନ ଖେରଖୋଭ ଏକ ବୟାନ ଚିନ୍ତା ବଢାଇଛି । ଡବ୍ଲ୍ୟୁଏଚଓ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବିଶ୍ୱର ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଛି ଓ ଯେଉଁ ସ୍ଥାନରେ କଟକଣା ହଟାଯାଇଛି ସେଠି ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି ।

ଚୀନରେ ଏବେ ଯେଉଁ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ସାରା ବିଶ୍ୱର ଚିନ୍ତାକୁ ପୁଣି ପକାଇଛି । ଏହା ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ବିଶେଷଜ୍ଞ ମାରିଆ ୱାନ ଖେରଖୋଭଙ୍କ ଏକ ବୟାନ ଚିନ୍ତାକୁ ବୃଦ୍ଧି କରିଛି । ଡବ୍ଲ୍ୟୁଏଚଓର ମହାମାରୀ ବିଶେଷଜ୍ଞ ମାରିଆ କହିଛନ୍ତି ଯେ ଗତ କିଛି ଦିନ ହେବ ବିଶ୍ୱର ଅନେକ ସ୍ଥାନରେ ସଂକ୍ରମଣ ବେଶ କମ ରହିଥିବାବେଳେ କ୍ରମଶଃ ଏହା ବୃଦ୍ଧି ପାଉଛି । ଏଥିସହ ସତର୍କ କରାଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେଉଁ ସ୍ଥାନରୁ କଟକଣା ସମ୍ପୂର୍ଣ୍ଣ ଭାବେ ହଟାଯାଇଛି ସେହି ସ୍ଥାନରେ ସଂକ୍ରମଣ ପୁଣି ବୃଦ୍ଧି ପାଉଛି ।

ଟିକା ମୃତ୍ୟୁ ଓ ଗମ୍ଭୀର ବେମାରୀ ଉପରେ ପ୍ରଭାବୀ ସତ କିନ୍ତୁ ସମ୍ପୂର୍ଣ୍ଣଭାବେ ସଂକ୍ରମଣ ରୋକିବାକୁ ସଫଳ ହେଉନି । ଏଥିସହ ଓମିକ୍ରନର ସବ ଭ୍ୟାରିଆଂଟ ଯୋଗୁଁ ବିଶ୍ୱର ବିଭିନ୍ନ ସ୍ଥାନରେ ପୁଣି ସଂକ୍ରମଣ ବଢୁଛି । ଏହି ସବଭ୍ୟାରିଆଂଟ ଅଧିକ ସଂକ୍ରାମକ ପ୍ରକୃତି ହେଉଥିବାରୁ ସଂକ୍ରମଣ ଦ୍ରୁତି ଗତିରେ ବ୍ୟାପୁଛି । ଏଥିସହ ସେ କହିଛନ୍ତି ବିପଦରୁ ବଂଚିବା ପାଇଁ ସାରା ବିଶ୍ୱକୁ ସମ୍ପୂର୍ଣ୍ଣ ଟିକାକରଣ କରିବା ଆବଶ୍ୟକ ରହିଛି ବୋଲି ମାରିଆ ନିଜର ମତାମତ ଦେଇଛନ୍ତି । ଡବ୍ଲ୍ୟୁଏଚଓ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩-୧୭ ମଧ୍ୟରେ ସାରା ବିଶ୍ୱରେ ସଂକ୍ରମଣ ସଂଖ୍ୟା ୮ପ୍ରତିଶତ ବୃଦ୍ଧି ପାଇଛି । । ସର୍ବାଧିକ ସଂକ୍ରମଣ ମାମଲା କୋରିଆରୁ ଚିହ୍ନଟ ହେଉଛି । ୨ୟରେ ରହିଛି ଭିଏତନାମ ଓ ୩ୟରେ ଜର୍ମାନୀ ରହିଛି ।

ସେପଟେ ମହାମାରି ଶେଷ ହେଇଗଲା ଭାବି ଅନେକ ଦେଶ କଟକଣା କୁ ହଟାଇ ଦେଇଛନ୍ତି ଯାହା ଆଗମି ଦିନରେ ବିପଦ ଆଣିପାରେ ବୋଲି ହୁ ନିର୍ଦ୍ଦେଶକ ଟେଡରସ ଆଧାନମ ସତର୍କ କରାଇଛନ୍ତି । ଚାଇନାରେ ଆଣାୟତ ହେବାରେ ଲାଗିଛି କୋଭିଡ ପରିସ୍ଥିତି । ଗତ ୨୪ ଘଂଟା ମଧ୍ୟରେ ଚାଇନାରେ ୩ ହଜାର ୫ ଶହ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡିଛି । ବଢୁଥିବା ସଂକ୍ରମଣ ଚୀନ ସରକାରର ଚିନ୍ତା ବଢାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ କଠୋର ନୀତି ଆପଣେଇଛି ଚୀନ । ମଙ୍ଗଳବାର ସୁଦ୍ଧା ୧୩ ଟି ବଡ ସହରରେ ଲକଡାଉନ ଯାରି କରିଛି ଚୀନ । ଯାହା ଫଳରେ କୋଟି କୋଟି ଲୋକ ଘର ବନ୍ଦୀ ହୋଇ ରହିଛନ୍ତି । ଚୀନରେ ହୁ ହୁ ହୋଇଛି ବଢୁଛି କରୋନା ସଂକ୍ରମଣ ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ତକବାଣୀ ବିଶ୍ୱର ଚିନ୍ତା ବଢାଇଛି ।