କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ମାର୍ଚ୍ଚ ତୃତୀୟ ସପ୍ତାହ : ପୂର୍ବ ସପ୍ତାହ ତୁଳନାରେ ୬୭ ପ୍ରତିଶତ ବଢିଲା ପଜିଟିଭ ମାମଲା 

୧୫ରୁ ୨୧ ତାରିଖ ମଧ୍ୟରେ ସାରା ଦେଶରେ ୨ଲକ୍ଷ ୬୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ 

102

କନକ ବ୍ୟୁରୋ : କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ହୋଇଛି ମାର୍ଚ୍ଚ ତୃତୀୟ ସପ୍ତାହ । ପୂର୍ବ ସପ୍ତାହ ତୁଳନାରେ ତୃତୀୟ ସପ୍ତାହରେ ୬୭ ପ୍ରତିଶତ ବଢିଲା ସଂକ୍ରମଣ ମାମଲା ବଢିଛି । ମାର୍ଚ୍ଚ ୧୫ରୁ ୨୧ ତାରିଖ ମଧ୍ୟରେ ସାରା ଦେଶରେ ୨ଲକ୍ଷ ୬୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

୬ଟି ରାଜ୍ୟ ମହାରାଷ୍ଟ୍ର, କେରଳ,ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ କରୋନା ତୀବ୍ର ବେଗରେ ମାଡିଚାଲିଛି । ଦେଶ ତୁଳନାରେ ଏହି ୬ଟି ରାଜ୍ୟରେ ୮୩ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଛତିଶଗଡ ସରକାର କଡା ପଦକ୍ଷେପ ନେଇ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏକ ଘଟଣାକ୍ରମରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରତ୍ୟେକ ରବିବାର ଦିନ ଲକଡାଉନ ଘୋଷଣା କରାଯାଇଛି । ଏହିସବୁ ସହରରେ ୩୧ ମାର୍ଚ୍ଚ ଯାଏଁ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । ଆଉ ଏହାରି ଭିତରେ ଚୀନରେ ଗୋଟିଏ ଦିନ ପୂର୍ବରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟାରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ ଅଧିକାରୀମାନେ କହିଛନ୍ତି ଏହି ସମସ୍ତ ଆକ୍ରାନ୍ତ  ବିଦେଶରୁ ଆସିଛନ୍ତି ।