ବାତ୍ୟା ପରେ ରାଜ୍ୟରେ ବଢିପାରେ ସଂକ୍ରମଣ । କରୋନା ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲେ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ।

519

କନକ ବ୍ୟୁରୋ: ବାତ୍ୟା ୟାସ୍ ଏବେ ଉତ୍ତର ଓଡିଶାରେ ତାଣ୍ଡବ ରଚିବା ସହିତ ଲ୍ୟାଣ୍ଡଫଲ୍ କରିସାରିଛି । ଓଡିଶା ସରକାର ମଧ୍ୟ ଏହାକୁ ମୁକାବିଲା କରିବା ସହିତ ଏବେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ହେଲେ ବାତ୍ୟା ଯିବା ପରେ ରାଜ୍ୟରେ କରୋନା ସଂକ୍ରମଣ ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର । ତାଙ୍କ କହିବା ମୁତାବକ, ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ବାତ୍ୟା ସମୟରେ ଜୋର ଦେଇଥିଲା । ବାତ୍ୟା ଆଶ୍ରୟସ୍ଥଳୀରେ କରୋନା ଗାଇଡଲାଇନ୍ ମଧ୍ୟ ପାଳନ କରାଯାଉଥିଲା । ହେଲେ କିଛି ଆଶ୍ରୟସ୍ଥଳୀରେ ମଧ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ ହେଉନଥିଲା । ଲୋକମାନେ ମାସ୍କ ନପିନ୍ଧିବା ସହିତ ସାମାଜିକ ଦୂରତାକୁ ପାଳନ କରୁନଥିଲେ । ଯେଉଁ କାରଣରୁ ଆଗାମୀ ଦିନରେ ରାଜ୍ୟରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି ।

Comments are closed.