ଚୀନରେ କରୋନାର ନୂଆ ଲହର । ୧୫ ଶହ ଛାତ୍ରଙ୍କୁ କରାଗଲା ଆଇସୋଲେଟ୍, ସିଲ୍ ହେଲା ୟୁନିଭରସିଟି ।

228

କନକ ବ୍ୟୁରୋ : କରୋନା ଭୂତାଣୁ ସହ ଲଢେଇ ଭିତରେ କିଛି ଦିନର ଆଶ୍ୱସ୍ତି ପରେ ପୁଣି ଆସିଲାଣି ଚିନ୍ତାଜନକ ଖବର । ଚୀନରୁ ଜନ୍ମ ନେଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ପୁଣି ଥରେ ଚୀନରେ ପ୍ରକୋପ ଜାହିର କଲାଣି । ଚୀନର ଏକ ବିଶ୍ୱବିଦ୍ୟାଳୟରେ କରୋନାର ସଂକ୍ରମଣ ବଢିବା ପରେ ସେଠାକାର ପାଖାପାଖି ୧୫୦୦ ଛାତ୍ରଙ୍କୁ ହୋଟେଲରେ ଆଇସୋଲେଟ୍ କରିଦିଆଯାଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନର ଦାଲିୟାନ୍ ପ୍ରାନ୍ତରେ ଥିବା ଝୁଙ୍ଗାଝେ ୟୁନିଭରସିଟିରେ ଗତ ରବିବାର କରୋନାର ଅନେକ ମାମଲା ସାମ୍ନାକୁ ଆସିଥିଲା । ଏଠାରେ ସଂକ୍ରମଣ ବଢିବା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସିଲ୍ କରିଦିଆଯାଇଛି । ଛାତ୍ରମାନଙ୍କୁ ହୋଟେଲରେ ଆଇସୋଲେଟ୍ କରି ରଖାଯାଇଥିବା ବେଳେ ସେହିଠାରୁ ହିଁ ସେମାନେ ଅନଲାଇନ୍ କ୍ଲାସ ମାଧ୍ୟମରେ ଏବେ ପାଠ ପଢିବେ ।

ସୂଚନା ଅନୁଯାୟୀ, କରୋନାକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଉଛି ଚୀନ୍ । ଯେଉଁଠାରେ ବି କରୋନାର ସାମାନ୍ୟ ମାମଲା ସାମ୍ନାକୁ ଆସୁଛି, ସେହି ସ୍ଥାନରେ ତୁରନ୍ତ ଲକଡାଉନ୍ ଲାଗୁ କରାଯାଉଛି । ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ, ଏବଂ ବୁଷ୍ଟର ଡୋଜ୍ ଦେବା ନେଇ ପ୍ରସ୍ତୁତ ହେଉଛି ଚୀନ୍ ।