କନକ ବ୍ୟୁରୋ : କିଛି ମାସର ବ୍ୟବଧ୍ୟାନ ପରେ ଦେଶରେ ପୁଣି ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ମଧ୍ୟ ଦେଶରେ ୮ ହଜାର ପାର କରିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ନୂଆ ୮ ହଜାର ୫୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ଜୀବନ ନେଇଛି କରୋନା ।
ଅନ୍ୟପଟେ ଏବେ ସକ୍ରିୟ ସଂକ୍ରମିତ ଶୂନ ଦଶମିକ ୧୦ ପ୍ରତିଶତ ରହିଛି । ରିକଭରି ରେଟ ୯୮ ଦଶମିକ ୬୮ ପ୍ରତିଶତ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୫୧୩ ରହିଛି ।ଏହା ଭିତରେ ଲଗାତାର ବଢିଚାଲିଛି କରୋନା ସଂକ୍ରମଣ । ତେଣୁ କିଛି ରାଜ୍ୟରେ ଏବେ ପୁଣିଥରେ ମାସ୍କ କଟକଣା ଆରମ୍ଭ ହୋଇଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।
କାୟା ମେଲାଇଲାଣି କରୋନା ।ଦେଶରେ ୮ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ ।
/kanak/media/post_attachments/wp-content/uploads/2022/06/20220428103L.webp)