ରାଜ୍ୟରେ କମୁଛି କରୋନା । ୨୪ ଘଣ୍ଟାରେ ୪ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି ଜଣେ ବି ଆକ୍ରାନ୍ତ ।

161

କନକ ବ୍ୟୁରୋ ; ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୬୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୬୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୫୯ଜଣ । ରାଜ୍ୟରେ ଆଉ ୮୦ ଜଣ ପିଲାଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୨୧୪ ଓ କଟକରୁ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୫୦, ଜଗତସିଂହପୁର ୩୮, ଯାଜପୁରରୁ ୩୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨ ହଜାର ୩୨୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୮୬ ହଜାର ୩୩୪ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୪୪୩ରହିଛି ।

୫୩ ହଜାର ୫୨୭ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୧୬ ପ୍ରତିଶତ ରହିଛି । ବଲାଙ୍ଗୀର, ବୌଦ୍ଧ, ନବରଙ୍ଗପୁର, ସୁବର୍ଣ୍ଣପୁରରୁ ୨୪ ଘଂଟାରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।