କରୋନା ଡାକି ଆଣିଲା ଆଉ ଏକ ମହାମାରୀ । ଦେଶରେ ବଢୁଛି ବ୍ଲାଗ ଫଙ୍ଗସ୍ ସଂକ୍ରମଣ । ମହାମାରୀ ଘୋଷଣା କରିବା ପାଇଁ ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର

Advertisment
କରୋନା ଡାକି ଆଣିଲା ଆଉ ଏକ ମହାମାରୀ । ଦେଶରେ ବଢୁଛି ବ୍ଲାଗ ଫଙ୍ଗସ୍ ସଂକ୍ରମଣ । ମହାମାରୀ ଘୋଷଣା କରିବା ପାଇଁ ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: କରୋନା ମହାମାରୀ ଭାରତକୁ କଲବଲ କରୁଥିବା ବେଳେ ଆଉ ଏକ ମହାମାରୀକୁ ଟାଣି ଆଣିଛି କରୋନା ।ମ୍ୟୁକରମାଇକୋସିସ୍ବା ‘ବ୍ଲାକ୍ ଫଙ୍ଗସ୍’ ରୋଗକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟଗୁଡିକୁ ଚିଠିଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଯଦିଓ ଏହା ବିରଳ, ତେବେ ଏହା ଏକ ଘାତକ ସଂକ୍ରମଣ ହୋଇଥିବାରୁ ‘ଏପିଡେମିକ୍ଡିଜିଜ୍ ଆକ୍ଟ’ ଅଧୀନରେ ରଖିବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।ଏହା ଫଳରେ କରୋନାରୁ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ସଂପର୍କରେ ସମସ୍ତ ତଥ୍ୟ କେନ୍ଦ୍ରସରକାରକୁ ଦେବାକୁ ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି, ବ୍ଲାକ୍ ଫଙ୍ଗସ୍ରେ ସଂକ୍ରମିତହେଲେ ଲମ୍ବା ସମୟ ଧରି ରୋଗ ସହ ଲଢ଼େଇ କରିବାକୁ ପଡ଼େ ଏବଂ ଏହା ପ୍ରାଣଘାତୀ ବି ହୋଇପାରେ । ଏହାର ଚିକିତ୍ସା ପାଇଁ ଚକ୍ଷୁ, ଇଏନଟି, ନ୍ୟୁରୋସର୍ଜନ ଠାରୁ ଅନେକ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବାକୁ ହୋଇଥାଏ । ତେଣୁ ପ୍ରତ୍ୟେକ ସରକାରୀ, ବେସରକାରୀ ଡାକ୍ତରଖାନା ଅନୁସରଣ କରି ଏହି ସମ୍ବଦ୍ଧିତ ପରୀକ୍ଷା ଓ ଚିକତ୍ସା କରିବା ଉଚିତ ।

ରାଜସ୍ଥାନ ଓ ତେଲେଙ୍ଗାନା ସରକାର ଏହାକୁ ମହାମାରୀ ଘୋଷଣା କରିସାରିଛନ୍ତି । ଅନ୍ୟ ରାଜ୍ୟ ଗୁଡିକୁ ମହାମାରୀ ଘୋଷଣା କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ଏଥିରେ ସଂକ୍ରମିତ ହେଲେ, ଆଖି, ନାକ, ମୁହଁ, ମସ୍ତିଷ୍କଏବଂ ଫୁସ୍ଫୁସ୍ ଆଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି । ମହାରାଷ୍ଟ୍ରରେସର୍ବାଧିକ ୧୫ ଶହ ମାମଲା ସାମନାକୁ ଆସିଛି, ୯୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe