ଭୁବନେଶ୍ୱରର ଆଉ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

75

କନକ ବ୍ୟୁରୋ :  ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା)  ମୋଟ୍‌ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୧୫୯ଟି କ୍ୱାରେନଟାଇନ ମାମଲା ଥିବାବେଳେ ୨୩୫ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ୧୫୯ଟି କ୍ୱାରେନଟାଇନ ମାମଲା ମଧ୍ୟରୁ ୧୫୮ଟି ମାମଲା ପୂର୍ବର ପଜିଟିଭ ମାମଲା ସହ ସମ୍ପର୍କିତ । ଜଣେ ସଂକ୍ରମିତ ଦିଲ୍ଲୀରୁ ଫେରିଥିଲେ  ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଆଜିର ୩୯୪ଟି ନୂଆ ମାମଲାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୧୩୬୮୯ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା  ୫୦୯୯ ରହିଛି ।  ସେହିପରି ସୋମବାରଦିନ  ଭୁବନେଶ୍ୱରରେ ୩୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭୁବନେଶ୍ୱରରେ ମୋଟ ସୁସ୍ଥସଂଖ୍ୟା ୮୫୨୯ ରେ ପହଞ୍ଚିଥିବାବେଳେ  ମୃତ୍ୟୁସଂଖ୍ୟା  ୪୯ ଛୁଇଁଛି  ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଗତକାଲି ଭୁବନେଶ୍ୱରରେ ୪୮୩ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିଲା । ତେବେ  ମୃତ୍ୟୁସଂଖ୍ୟା କ୍ରମାଗତ ୨ୟ ଦିନ ପାଇଁ ସମାନ ଅର୍ଥାତ ୧ ରହିଛି ।

Comments are closed.