ମାଛ ବିକି ବିକି ମହାମାରୀ ସଚେତନତା କରୁଛନ୍ତି ମାଛବିକାଳୀ ବାପପୁଅ । ଗାଁ ଗାଁ ବୁଲି ଗୀତ ମାଧ୍ୟରେ ଲୋକଙ୍କୁ ବୁଝାଉଛନ୍ତି… ଶୁଣନ୍ତୁ ମାଛବାଲାର ମହାମାରୀ ଗୀତ

244

କନକ ବ୍ୟୁରୋ: ମାଛବାଲାର ମହାମାରୀ ସଚେତନତା । ମାଛ ବିକୁଛନ୍ତି, ବାର୍ତ୍ତା ବାଣ୍ଟୁଛନ୍ତି । ସାବଧାନ ! ମାଡି ଆସୁଛି ମହାମାରୀ । କରୋନାର ୨ୟ ଲହର ଭୟଙ୍କର ହେଉଛି । ତେଣୁ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୁରତା ରକ୍ଷା କରନ୍ତୁ । ନିଜ ଜୀବନ ବଞ୍ଚାଇବା ସହ ଅନ୍ୟର ଜୀବନ ବଞ୍ଚାନ୍ତୁ… ଗାଁ ଗାଁ, ଘର ଘର ବୁଲି ଏମିତି ଲୋକଙ୍କୁ ସଚେତନ କରୁଛନ୍ତି ମାଛବ୍ୟବସାୟୀ । ସ୍କୁଚରରେ ମାଛ ବିକ୍ରି କରିବା ସହ ମାଛ ନେଉଥିବା ଲୋକଙ୍କୁ ସକ୍ରମଣର ଭୟାବହତା ବିଷୟରେ ଅବଗତ କରାଉଛନ୍ତି ବାପପୁଅ ।

ପାରାଦୀପ ଚଉମୁହାଣୀ ଅଞ୍ଚଳରେ ନଦୀରୁ ମାଛ ଧରି ପେଟ ପୋଷୁଥିବା ଏ ବାପାପୁଅଙ୍କୁ ଘାରିଛି ସଂକ୍ରମଣ ଜନିତ ଭୟ । ସମାଜକୁ କେମିତି ସଂକ୍ରମଣରୁ ସୁରକ୍ଷିତ ରଖିହେବ ସେଥିପାଇଁ ବାପା କୁଳମଣି ତରାଇ, ପୁଅ ହିରଣ୍ୟ ତରାଇ ମାଛ ବିକ୍ରି କରୁ କରୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । କରୋନା ଯୋଦ୍ଧା, ନାଇଟ୍ କର୍ଫ୍ୟୁ, କରୋନାର ୨ୟ ଲହର ନେଇ ବାପପୁଅ ଗୀତ ଗାଉଥିବା ବେଳେ ପାରାଦୀପର ଖଣ୍ଡମଣ୍ଡଳରେ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।