କରୋନା ଛଡାଇ ନେଲା ଜୀବନ । ଋଣ ବୋଝ ସହି ନପାରି ପୂରା ପରିବାର ପିଇ ଦେଲେ ବିଷ ।

ସ୍ୱାମୀ-ସ୍ତ୍ରୀ ବିଷ ପିଇବା ସହ ୯ ବର୍ଷର ଝିଅକୁ ବି ପିଆଇଦେଲେ ବିଷ

346

କନକ ବ୍ୟୁରୋ: କରୋନା ବୁଡାଇଦେଲା ଜୀବିକା ।  କାମ ନ ମିଳିବାରୁ  ଋଣ ଭାର ସହିନପାରି  ବିଷ ପିଇଦେଲେ ପୂରା ପରିବାର ।  ସ୍ୱାମୀ-ସ୍ତ୍ରୀ  ବିଷ ପିଇବା ପରେ  ୯ ବର୍ଷର ଝିଅକୁ ବି ଦେଇଦେଲେ ବିଷ  । ବାଲେଶ୍ୱର ରେମୁଣା ବ୍ଲକ  ବାଲିଆ ଅଞ୍ଚଳରୁ ଆସିଛି ଏଭଳି ଏକ ଖବର । ସୂଚନା ଅନୁସାରେ,  ବାଲିଆ ଅଞ୍ଚଳରେ  ଭଡାନେଇ ରହନ୍ତି  ଲକ୍ଷ୍ମୀଧର, ତାଙ୍କ ସ୍ତ୍ରୀ ଓ ୯ ବର୍ଷର ଝିଅ ।  ଗତବର୍ଷ ଲକ୍ଷ୍ମୀଧର ହାତଉଧାର କରି ବ୍ୟବସାୟ ଆରମ୍ଭ କରିଥିଲେ ।  ହେଲେ କରୋନା ଯୋଗୁଁ ବ୍ୟବସାୟ ବନ୍ଦ ହୋଇଗଲା ।  କିଛି ଜିନିଷପତ୍ର ଓ  ଗାଁ ଜମି ବିକି ଟଙ୍କା ଋଣ ଶୁଝିଥିଲେ ବି କରଜଦାର  ଘରକୁ ଆସି ଗାଳିଗୁଲଜ କରିବା ସହ ମାନସିକ ଚାପ ସୃଷ୍ଟି କରିଥିଲେ ।  ଟଙ୍କା ନ ଦେଇପାରିଲେ  ନିଜ ସ୍ତ୍ରୀକୁ  ବିକ୍ରି କରିବାକୁ କହିବା ପରେ  ଉଭୟ ସ୍ୱାମୀ-ସ୍ତ୍ରୀ  ଜୀବନ ହାରିବାକୁ ନିଷ୍ପତ୍ତି ନେଇ ବିଷ ପିଇଦେଇଥିଲେ ଓ ଝିଅକୁ ବି ବିଷ ପିଆଇଦେଇଥିଲେ ।  ଗୁରୁତର ଅବସ୍ଥାରେ  ୯ ବର୍ଷର ଝିଅ ମାମୁ ଘରକୁ ଫୋନ କରିବା ସହ ଘରମାଲିକଙ୍କୁ ଡାକିଥିଲା ।  ଏହାପରେ ସେମାନଙ୍କୁ ମେଡିକାଲ ନିଆଯାଇଛି ।  ଲକ୍ଷ୍ମୀଧର ଗୁରୁତର ଅବସ୍ଥାରେ  କଟକ ବଡ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।