କେଉଁ ବସୟର ବ୍ୟକ୍ତିଙ୍କ ପାଇଁ କରୋନା ବଢ଼ାଇପାରେ ସମସ୍ୟା? କ’ଣ କଲେ ରୋକି ହେବ ସଂକ୍ରମଣ? ପରିସଂଖ୍ୟାନ ପାଠରେ ପୂରା ସୂଚନା ଦେଲେ ସୁବ୍ରତ ବାଗଚୀ…

858

କନକ ବ୍ୟୁରୋ: ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ କରୋନା ବିପଦ ଆଣିପାରେ, ତାହାର ପରିସଂଖ୍ୟନ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଯେଉଁମାନଙ୍କ ବସୟ ୬୦ ବର୍ଷରୁ ଅଧିକ ରହିଛି । କରୋନା ସହ ଲଢୁଥିବା ଅନ୍ୟଦେଶମାନଙ୍କ ଅନୁଭୂତିରୁ ତର୍ଜମା କରାଯାଉଛି ଯେ, ଯଦି ୪୦-୫୦ ବର୍ଷ ବୟସରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ସେଥିମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଅଶଙ୍କା ରହିଥାଏ । କିନ୍ତୁ ଯଦି ୫୦-୬୦ ବର୍ଷ ବୟସରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ତାହାହେଲେ ୧୨.୫ ପ୍ରତିଶତ ମୃତ୍ୟୁ ଆଶଙ୍କା ବଢ଼ିଯାଏ ।

ସବୁଠାରୁ ବଡ଼ କଥା ହେଲା କି, ଯଦି ୬୦ ବର୍ଷ ବୟସରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ତେବେ ୪୦ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଥାଏ । ଆଉ ୭୦-୮୦ ବର୍ଷ ବୟସରେ ଯଦି ହଜାର ଜଣ ଆକ୍ରାନ୍ତ ହୁଅନ୍ତି ସେଥିମଧ୍ୟରୁ ୮୬ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଥାଏ । ହେଲେ ସବୁଠାରୁ ଚିନ୍ତାଜନକ ବିଷୟ ହେଲା କି, ଯଦି ୮୦ ବର୍ଷରୁ ଅଧିକ ବୟସ୍କରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ତାହାହେଲେ ସେଥିମଧ୍ୟରୁ ୧୩୪ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଥାଏ । ତେଣୁ ଓଡ଼ିଶାର ଜନସଂଖ୍ୟା ସାଢ଼େ ଚାରି କୋଟି ଏବଂ ସେଥିରୁ ପ୍ରାୟ ୧୦ ପ୍ରତିଶତ ବା ୪୫ ଲକ୍ଷ ବୟସ୍କ ନାଗରିକ ରହିଛନ୍ତି । ଆଉ ରାଜ୍ୟରେ ମୋଟ୍ ୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୭ ପ୍ରତିଶତ ବୟସ୍କ ବ୍ୟକ୍ତି ଯେଉଁମାନଙ୍କ ବୟସ ୬୦ରୁ ଉଦ୍ଧ୍ୱର୍ ସେମାନଙ୍କ ଦେହରେ କରୋନା ବାହାରିଛି । ହେଲେ ଏମାନଙ୍କ ମଧ୍ୟରେ ଅନେକ ଘରୁ ବାହାରି ନାହାନ୍ତି । କିନ୍ତୁ ଏମାନେ ସଂକ୍ରମଣର ଶିକାର ହୋଇଛନ୍ତି । କେହି ନା କେହି ଘର ଭିତରକୁ କରୋନାକୁ ଡାକି ଆଣିଛି ବୋଲି କହିଛନ୍ତି ସୁବ୍ରତ ।

ତେବେ ଯେଉଁମାନେ ବାହାରୁ ଆସୁଛନ୍ତି ଏଭଳି ସ୍ଥିତିରେ ନିଜ ପରିବାର ଲୋକଙ୍କୁ ବା ବୟସ୍କଙ୍କୁ ସୁସ୍ଥ ରଖିବା ପାଇଁ ନିଜକୁ ସଙ୍ଗରୋଧରେ ରଖନ୍ତୁ । କାରଣ ୬୦ ବର୍ଷରୁ ବୟସ୍କ ବ୍ୟକକ୍ତିଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ । ଆଉ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ ଅନ୍ୟାନ୍ୟ ରୋଗ ଦେଖାଯାଏ । ଏହାଦ୍ୱାରା ହିଁ ଆମ ଘରର ବୟସ୍କମାନଙ୍କୁ ଆମେ ସୁରକ୍ଷିତ ରଖି ପାରିବା । ତେଣୁ ସଚେତନ ହୁଅନ୍ତୁ ଏବଂ ଯଦି ଆପଣ ବାହାରୁ ଫେରିଛନ୍ତି କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ନିଜକୁ କ୍ୱାରେଣ୍ଟିନ୍ ରେ ରଖନ୍ତୁ ।