ଆଜି ପୁଣି ୯ ଜଣଙ୍କ ପ୍ରାଣ ନେଲା କରୋନା । ୪୨୮ରେ ପହଂଚିଲାଣି ମୋଟ ମୃତକଙ୍କ ସଂଖ୍ୟା

253

କନକ ବ୍ୟୁରୋ : ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି କରୋନା । ମାତ୍ର ୨୪ ଘଂଟାରେ ପୁଣି ୯ ଜଣଙ୍କ ଜୀବନ ନେଲା କରୋନା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୨୮ରେ ପହଂଚିଲାଣି । ୨୪ ଘଂଟାରେ ରାଜ୍ୟରେ ମୋଟ ୨୭୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୭୦୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ ୧୦୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ ଆଜି ପୁଣି ଖୋର୍ଦ୍ଧାରୁ ହିଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରୁ ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୮୪ ହଜାର ପାର କଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନ ପରେ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଭାବରେ କଟକରୁ ୨୪୭ , ଯାଜପୁରରୁ ୨୧୭ ଓ ଗଂଜାମରୁ ୨୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସମୟରେ ରାଜ୍ୟରେ ଖୋର୍ଦ୍ଧା ରେକର୍ଡ ପରେ ରେକର୍ଡ କରିଚାଲିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମୋଟ୍ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା । ମିଳିଥିବା ସ