ଚିନ୍ତା ବଢାଉଛନ୍ତି ଖୋର୍ଦ୍ଧା , ମୟୂରଭଂଜ ଓ କଟକ । ଲଗାତାର ଭାବରେ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

218

କନକ ବ୍ୟୁରୋ : ଚିନ୍ତା ବଢାଉଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୬୧୮ରେ ରେ ପହଚିଂଛି । ୭ହଜାର ୮୧୬ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୨ ହଜାର ୭୧୮ଜଣ ଏଯାଏ ସୁସ୍ଥ ହୋଇଛନ୍ତି । ଆଜି ଖୋର୍ଦ୍ଧାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଯାଏ ୭୨ ଜଣଙ୍କ ଖୋର୍ଦ୍ଧାରେ କରୋନାରେ ମୃତ୍ୟୁ ହେଲାଣି ।

ମୟୁରଭଂଜରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଆଜି ମୟୁରଭଂଜରୁ ୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୁରଭଂଜରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୬୧୯ରେ ପହଚିଂଛି । ୧୯ ଶହ ୯୩ ଜଣେ ସ୍ରକିୟ ସଂକ୍ରମିତ ଥିବା ବେଳେ ୨ ହଜାର ୬୧୮ ଜଣ ଏଯାଏ ଜିଲ୍ଳାରେ ସୁସ୍ଥ ହେଲେଣି । ମୟୁରଭଂଜରେ ଏଯାଏ ୫ ଜଣଙ୍କ ମୃତ୍ୟୁ ହେଲାଣି ।

ସେହିପରି କଟ୍କରେ ମଧ୍ୟ କିଛି ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୨ ଶହ ୩ ଶହ ଉପରେ ରହୁଛି । ଆଜି କଟକରୁ ୨୯୫ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୪୩ରେ ପହଚିଂଛି । ସେମାନଙ୍କ ମଧ୍ୟରୁ ୩ ହଜାର ୧୫ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୬ହଜାର ୯୮୭ ଏଯାଏ ସୁସ୍ଥ ହୋଇଛନ୍ତି । ସେହିପରି କଟକରେ କରୋନାରେ ଆଜି ଜଣକ ମୃତ୍ୟୁ ହୋଇଥିବା ବେଳେ ଏଯାଏ ୩୭ ଜଣଙ୍କ ମୃତ୍ୟୁ ହେଲାଣି ।