ଦେଶରେ କମିଲା ସଂକ୍ରମଣ । ୨୪ ଘଂଟାରେ ଦେଶରେ ୬୧ ହଜାର ୨ ଶହ ୨୬୭ ଆକ୍ରାନ୍ତ ଓ ୮୮୪ ମୃତ୍ୟୁ : କରୋନାକୁ ହରାଇଲେଣି ୫୬ ଲକ୍ଷ ୬୨ ହଜାରରୁ ଅଧିକ ଲୋକ

491

କନକ ବ୍ୟୁରୋ : ଦେଶରେ କମ୍ ହେଉଛି କରୋନା ସଂକ୍ରମଣ । ଗତ ୪୮ ଘଂଟାରେ ଆସିଥିବା କରୋନା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ଗତ ୨୪ ଘଂଟାରେ ସାରା ଦେଶରେ ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩ରେ ପହଁଚିଛି । ଗତକାଲି ଦେଶରେ ୭୪ ହଜାର ୪୪୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଆକ୍ରାନ୍ତ ସଂଖ୍ୟା ୬୧ ହଜାରକୁ ଖସି ଆସିଛି ।

ଗତକାଲି ଦେଶରେ ୯୦୩ ଜଣଙ୍କ ମୃତ୍ୟୁ ହୋଇଥିଲା , ଆଜି ସାରା ଦେଶରେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସ୍ପଷ୍ଟ କରୁଛି ଦେଶରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ତଳକୁ ଖସୁଛି । ଦେଶରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୩ ରହିଛି । ସେହିପରି ସୁସ୍ଥ ସଂଖ୍ୟା ୫୬ ଲକ୍ଷ ୬୨ ହଜାର ୪୯୧କୁ ବୃଦ୍ଧି ହୋଇଛି ।