ଆଜି ପୁଣି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୦

ଆଜି ପୁଣି ୧୦ ମୁଣ୍ଡ ନେଲା କରୋନା

215

କନକ ବ୍ୟୁରୋ : ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା । ୨୪ ଘଂଟାରେ ରାଜ୍ୟରେ ମୋଟ ୧୦ ଜଣଙ୍କ ପ୍ରାଣ ନେଇଛି କରୋନା, ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୦ । ସେହିପରି ଭାବରେ ଆଜି ମୋଟ ୩୦ ଜିଲ୍ଲାରୁ ୨୬୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଂଗରୋଧ କେନ୍ଦ୍ରରୁ ୧୬୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୦୨୩ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।