ବାଲେଶ୍ୱର ବାହାନଗା ରେଳଦୁର୍ଘଟଣାପରେ ପୁଣି ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ । କୋଲକାତା ସାଲିମାରରୁ ଚେନ୍ନାଇ ସେଂଟ୍ରାଲକୁ ଟ୍ରେନର ଯାତ୍ରା

Advertisment
ବାଲେଶ୍ୱର ବାହାନଗା ରେଳଦୁର୍ଘଟଣାପରେ ପୁଣି ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ । କୋଲକାତା ସାଲିମାରରୁ ଚେନ୍ନାଇ ସେଂଟ୍ରାଲକୁ ଟ୍ରେନର ଯାତ୍ରା

କନକ ବ୍ୟୁରୋ : ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଏବେ ବି ମନରୁ ଲିଭିନି । ଟ୍ରେନ ଦୁର୍ଘଟଣା କଥା ଭାବିଲେ ଛାତିଥରି ଉଠୁଛି । ତେବେ ଦୁର୍ଘଟଣାର ୬ ଦିନ ପରେ ପୁଣି ସ୍ୱାଭାବିକ ହୋଇଛି କରମଣ୍ଡଳ ଏକ୍ସପ୍ରେସ ଚଳାଚଳ । ଦୁର୍ଘଟଣା ପରେ ପଶ୍ଚିମବଙ୍ଗର ସାଲିମାରରୁ ଚେନ୍ନାଇକୁ ଗଡ଼ିଛି କରମଣ୍ଡଳ । ମନରେ ଅନେକ ଭୟ ଥିଲେ ମଧ୍ୟ ଜୀବିକା କଥା ଭାବି ସାହସ କରି ଯାତ୍ରୀମାନେ ଯାତ୍ରା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe