କନକ ବ୍ୟୁରୋ : ବାହାନଗା ଅଘଟଣ, ଏଯାଏଁ ଯନ୍ତ୍ରଣା ଦେଇଛି ଚାଲିଛି । ଘଟଣାକୁ ୧୨ ଦିନ ବିତି ଯାଇଛି ସତ, କିନ୍ତୁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ସମ୍ପର୍କରେ ଏଯାଏଁ ଅଶୁଭ ଖବର ଆସିବା ବନ୍ଦ ହୋଇନାହିଁ । ମୃତକଙ୍କ ତାଲିକାରେ ଯୋଡ଼ି ହୋଇଯାଇଛି ଆଉ ଜଣେ ଯାତ୍ରୀଙ୍କ ନାଁ ।

Advertisment

ଦୁର୍ଘଟଣାର ଠିକ୍ ପରଦିନ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତି ହୋଇଥିଲେ ବିଜୟ । ପେଶାରେ ରଙ୍ଗ ମିସ୍ତ୍ରୀ ଥିବା ବିଜୟ, ସେଦିନ କରମଣ୍ଡଳ ଏକ୍ସପେସରେ ଆସୁଥିଲେ । ଘରର ଏକମାତ୍ର ରୋଜଗାରିଆ ପୁଅ । ତାଙ୍କର ଛୋଟ ଛୋଟ ୫ ଜଣ ପିଲା ଅଛନ୍ତି । ଚିକିତ୍ସା ପରେ ଭଲ ହୋଇ ଫେରିବେ ବୋଲି ଆଶା କରିଥଲେ ପରବାର ଲୋକ । ହେଲେ ସବୁ ଆଶା ମଉଳି ଯାଉଛି ।

ଏପଟେ ବାହାନଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାର ସଦଗତି କାମନା କରି ଧାର୍ମିକ କାର୍ଯ୍ୟକମ ଆୟୋଜନ କରାଯାଇଛି । ବାହାନଗାରେ ଦ୍ୱାଦଶାହ ପାଳନ କରାଯିବା ସହ ସର୍ବଧର୍ମ ସଭା, ଶାନ୍ତି ଶୋଭାଯାତ୍ରା, ବିଶ୍ୱଶାନ୍ତି ମହାଯଜ୍ଞ ଆଦି କରାଯାଇଛି । ସେହିପରି ୫ ହଜାର ୮ ଦୀପଦାନ, ସତ୍ସଙ୍ଗ ସହ ୧୫ ଶହ ଲୋକଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଅଘଟଣକୁ ଏହାରି ଭିତରେ ୧୨ଦିନ ବିତିଯାଇଛି, ହେଲେ ଆଜି ବି ଆଖି ବନ୍ଦ କରିଦେଲେ ସେଦିର ଚିତ୍ର ସବୁ ଜଳଜଳ ହୋଇଦେଖାଯାଉଛି ।